ଶ୍ରୀମନ୍ଦିରରେ କଲେ ମହାପ୍ରଭୁଙ୍କ ଦର୍ଶନ କରିଲେ ଅନ୍ତରୀଣ ଡିଜିପି ବିନୟତୋଷ ମିଶ୍ର

ପୋଲିସ ମହାନିର୍ଦ୍ଦେଶକ ଶ୍ରୀମନ୍ଦିରରେ ପହଞ୍ଚିବା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତାଙ୍କୁ ଶ୍ରୀମନ୍ଦିର ସମ୍ମୁଖରେ ସ୍ୱାଗତ କରାଯାଇଥିଲା । ପରେ ସେ ଶ୍ରୀମନ୍ଦିର ଭିତରକୁ ଯାଇ ରତ୍ନସିଂହାସନରେ ବିରାଜମାନ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ମା’ ସୁଭଦ୍ରାଙ୍କ ଦର୍ଶନ କରି ଆଶିଷ ଲାଭ କରିଥିଲେ।

Vinaytosh Mishra Interim DGP Odisha Takes Charge - Pragativadi I Latest  Odisha News in English I Breaking News

ଦର୍ଶନ ପରେ ଶ୍ରୀମନ୍ଦିର ବେଢ଼ା ମଧ୍ୟରେ ଥିବା ମା’ ବିମଳା, ମା’ ମହାଲକ୍ଷ୍ମୀଙ୍କ ସମେତ ପାର୍ଶ୍ୱଦେବାଦେବୀଙ୍କ ଦର୍ଶନ କରି ଶ୍ରୀମନ୍ଦିରରେ କିଛି ସମୟ ଅତିବାହିତ କରିବା ପରେ ସେ ମନ୍ଦିରରୁ ପ୍ରସ୍ଥାନ କରିଥିଲେ । ଏହି ସମୟରେ ପୁରୀ ଏସ୍‌ପି ପ୍ରତୀକ ସିଂଙ୍କ ସମେତ ଜିଲ୍ଲାର ବରିଷ୍ଠ ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ। ମହାପ୍ରଭୁଙ୍କ ଦର୍ଶନ ପାଇଁ ଡିଜିପିଙ୍କ ଗସ୍ତକୁ ନେଇ ପୁରୀ ପୋଲିସ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆବଶ୍ୟକ ସମସ୍ତ ବ୍ୟବସ୍ଥା କରାଯାଇଥିଲା । ଏହି ସମୟରେ ଶ୍ରୀମନ୍ଦିରରେ ଭକ୍ତଙ୍କ ସାଧାରଣ ଦର୍ଶନ ଓ ଶୃଙ୍ଖଳା ବଜାୟ ରଖିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା ।

Odisha: Interim DGP Vinaytosh Mishra Offers Prayers at Puri Srimandira