ପୁଣି ଏକ ଛାତ୍ରବାସ ର କରୁଣ ଚିତ୍ର ସାମ୍ନାକୁ ଆସିଛି, ଦଶମ ଶ୍ରେଣୀଛାତ୍ରଙ୍କ ଦ୍ୱାର କିଭଳି ନଡ଼ିଆ ବାହୁଙ୍ଗା ରେ ସପ୍ତମ ଅଷ୍ଟମ ଏବଂ ନବମ ଶ୍ରେଣୀର କୋମଳମତି ଶିଶୁ ଙ୍କୁ ନିର୍ଘାତ ପ୍ରହାର କରାଯାଉଥିବା ଚିତ୍ର ଏବେ ଏ ମୋବାଇଲ ରୁ ସେ ମୋବାଇଲ କୁ ଘୁରି ବୁଲୁଚି । ଏବେ ଏହି ଘଟଣା ଘର ଛାଡି ହଷ୍ଟେଲରେ ରହି ଭବିଷ୍ୟତ ଗଢିବା ଲାଗି ଆସିଥିବା ପିଲାଙ୍କ ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି । ରାୟଗଡା ଜିଲ୍ଲା -କୋଲନରା ବ୍ଲକ ଅନ୍ତର୍ଗତ ରିଭଲକଣା ଠାରେ ଅନୁସୂଚୀତ ଜନଜାତି ଓ ଅନୁସୂଚିତ ଜାତି ବିଭାଗ ଦ୍ବାରା ପରିଚାଳିତ ସରକାରୀ ଏସଏସଡି ଉଚ୍ଚ ବିଦ୍ୟାଳୟ ପରିସରରେ ଘଟିଥିବା ଘଟଣାର ଭାଇରାଲ ଭିଡିଓ । ହଷ୍ଟେଲ ଭିତରେ ସିନିୟର ଛାତ୍ରଙ୍କ ଦାଦାଗିରି ଓ ରାଗିଂର ଏକ ସାଙ୍ଘାତିକ ଚିତ୍ର । ରାୟଗଡା ଜିଲ୍ଲା କୋଲନରା ବ୍ଲକ ଅନ୍ତର୍ଗତ ରିଭଲକଣା ଠାରେ ଅନୁସୂଚୀତ ଜନଜାତି ଓ ଅନୁସୂଚିତ ଜାତି ବିଭାଗ ଦ୍ବାରା ପରିଚାଳିତ ସରକାରୀ ଏସଏସଡି ଉଚ୍ଚ ବିଦ୍ୟାଳୟରେ ଶନିବାର ଓ ରବିବାର ହଷ୍ଟେଲ ଭିତରର କରୁଣ ଚିତ୍ର । ସବୁଠାରୁ ଆଶ୍ଚର୍ୟ୍ୟର କଥା ହେଉଛି, ସ୍କୁଲ ପରିସରରେ ହଷ୍ଟେଲ ରହିଥିଲେ ମଧ୍ୟ ସ୍କୁଲ କର୍ତ୍ତୃପକ୍ଷ କିମ୍ବା ହଷ୍ଟେଲ ଦାୟିତ୍ବରେ ଥିଘବା ଶିକ୍ଷକ ଏହି ଘଟଣା ସମ୍ପର୍କରେ ତିନି ଦିନ ପର୍ୟ୍ୟନ୍ତ କିଛି ଜାଣିପାରିନଥିଲେ । ଏହି ମାଡ଼ ମାରିବା ସମୟର ଦୃଶ୍ୟକୁ କେହି ମୋବାଇଲ୍ରେ ରେକର୍ଡ କରିଥିଲେ । ସେହି ମୋବାଇଲ୍ ଭିଡିଓ ଏବେ ସତ୍ୟକୁ ସାମ୍ନାକୁ ଆଣିବା ସହ ସମଗ୍ର ଘଟଣାର ପର୍ଦାଫାସ କରିଛି । ହେଲେ ହଷ୍ଟେଲ ଭିତରକୁ ପିଲାଙ୍କ ପାଖକୁ ମୋବାଇଲ୍ ଆସିଲା କିପରି, ତାହା ମଧ୍ୟ ସ୍କୁଲ କର୍ତ୍ତୃପକ୍ଷଙ୍କ ପ୍ରଶାସନିକ ସଚେତନତା ଉପରେ ପ୍ରଶ୍ନ ଉଠାଇଛି । ଏନେଇ ମାଡ଼ ଖାଇଥିବା ନବମ ଶ୍ରେଣୀ ଛାତ୍ରଙ୍କୁ ପଚାରିବାରୁ ରୋଲ୍ କଲ୍ ବାହାନାରେ ସିନିଅର ଛାତ୍ର ମାନେ ସେମାନଙ୍କୁ ମାରିଥିବା ପୀଡିତ ଛାତ୍ର ମାନେ କୋହଭରା କଣ୍ଠରେ କହିଛନ୍ତି । ସୂଚନା ପ୍ରକାରେ ସ୍କୁଲରେ ସଫେଇ କାର୍ୟ୍ୟ ପାଇଁ ଘଣ୍ଟି ବାଜିଥିଲା । ହେଲେ ସେମାନେ ଖେଳୁଥିଶବା କାରଣରୁ ସଫେଇ କାର୍ୟ୍ୟ ପାଇଁ ଯାଇନଥିଲେ । ହେଲେ ରୋଲ୍ କଲ୍ରେ ଉପସ୍ଥିତ ନହେବା କାରଣ ଦର୍ଶାଇ ଦଶମ ଶ୍ରେଣୀଟ ଲିଙ୍ଗରାଜ କାଡ୍ରାକା ଓ ତାଙ୍କ ସହଯୋଗୀମାନେ ଅଷ୍ଟମ ଓ ନବମ ଶ୍ରେଣୀର ପ୍ରାୟ ୩୦ ଜଣ ଛାତ୍ରଙ୍କୁ ଡାକି ସେଠାରେ ନଡ଼ିଆ ବାଉଙ୍ଗା ଓ ବାଡ଼ିରେ ନିସ୍ତୁକ ମାଡ଼ ମାରିଥିଲେ । ହଷ୍ଟେଲ ଦାୟିତ୍ୱରେ ଥିବା ଶିକ୍ଷକ ଡମ୍ବରୁଧର ତ୍ରିପାଠୀ ନିଜ ପ୍ରତିକ୍ରିୟାରେ ଘଟଣା ଜାଣିବା ପରେ ତୁରନ୍ତ କାଉନସେଲିଂ ଆରମ୍ଭ କରିବା ସହ ମାଡ଼ ମାରିଥିବା ଛାତ୍ରଙ୍କୁ ହଷ୍ଟେଲରୁ ବହିଷ୍କାର କରାଯାଇଥିବା କହିଛନ୍ତି । ଘଟଣାଟି ଗମ୍ଭୀର ରୂପ ନେବା ପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରତାପ ସାଉନା ଚାନ୍ଦିଲି ଥାନାରେ ଏନେଇ ଲିଖୂତ ଅଭିଯୋଗ କରିଛନ୍ତି । ପୋଲିସ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଏ ସମସ୍ତ ଘଟଣାକୁ ବିଚାର କଲେ ବିଦ୍ୟାଳୟ ପରିସର ଭିତରର ସୁରକ୍ଷା ବାବଦରେ ପ୍ରଶ୍ନ ଉଠିଛି ।