ବଲାଙ୍ଗୀର ଜିଲ୍ଲା ଧୁମାଭଟା ଗାଁରେ ଅଭାବନୀୟ ଘଟଣା

ବଲାଙ୍ଗୀର ଜିଲ୍ଲା ଧୁମାଭଟା ଗାଁରେ ଛୁରା ମାଡ଼ । ଘଟଣାରେ ତିନି ଜଣ ଗୁରୁତର ହୋଇ ଭୀମଭୋଇ ହସ୍ପିଟାଲ୍ ରେ ଭର୍ତ୍ତି । ଗୁରୁତର  ମାନଙ୍କ ନାମ ଦିନେଶ ବୁଡେକ, କୃଷ୍ଣଚନ୍ଦ୍ର ଠାକୁର ଏବଂ ଭଜ ରାଉତ ହୋଇଥିବା ବେଳେ ଛୁରା ମାଡ଼ କରିଥିବା ଯୁବକର ନାମ ବିକି ପଟ୍ଟନାୟକ ହୋଇଥିବା ସୂଚନା ରହିଛି ।

Police: Man stabs two people during fight in Syracuse, flees the scene

ସୂଚନା ଅନୁସାରେ ଦିନେଶ ଓ କୃଷ୍ଣଚନ୍ଦ୍ର କିଛି ଜରୁରୀ ସାମଗ୍ରୀ କିଣିବାକୁ ଧୂମାଭଟା ଗାଁ କୁ ଯାଇଥିବା ବେଳେ ସେଠାରେ ଏକ ଦୋକାନରେ ଛିଡ଼ା ହୋଇଥିଲେ । ଠିକ ସେହି ସମୟରେ ଅଭିଯୁକ୍ତ ବିକି ପଟ୍ଟନାୟକ ନିଶା ଶକ୍ତ ଅବସ୍ଥାରେ ଆସି ଅତର୍କିତ ଭାବରେ ଦିନେଶ ଉପରକୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ଦିନେଶଙ୍କୁ ରକ୍ଷା କରିବାକୁ ଯାଇ କୃଷ୍ଣଚନ୍ଦ୍ର ଏବଂ ଭଜ ରାଉତ ବିକିର ଆକ୍ରମଣର ଶିକାର ହୋଇଥିଲେ । ଘଟଣା ପରେ ବିକି ପଟ୍ଟନାୟକ ଫେରାର ମାରିଥିଲା । ଘଟଣା ସ୍ଥଳରୁ ସ୍ଥାନୀୟ ଲୋକେ ଓ ପରିବାର ବର୍ଗ ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ପ୍ରଥମେ ବେଲପଡା ପରେ ପାଟଣାଗଡ ହସ୍ପିଟାଲକୁ ନେଇଥିଲେ ସେଠାରେ ସେମାନଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ସେମାନଙ୍କୁ ବଲାଙ୍ଗୀର ଭୀମଭୋଇ ହସ୍ପିଟାଲକୁ ସ୍ଥାନନ୍ତର କରାଯାଇଥିଲା । ଘଟଣା ସମ୍ପର୍କରେ ବେଳପଡ଼ା ଥାନାରେ ଅଭିଯୋଗ କରାଯିବା ପରେ ଅଭିଯୋଗ ଆଧାରରେ ବେଳପଡ଼ା ପୋଲିସ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ସହିତ ଅଭିଯୁକ୍ତ ବିକି ପଟ୍ଟନାୟକକୁ ଗିରଫ କରିଥିବା ସୂଚନା ମିଳିଛି ।