ରାୟଗଡା ସହରର ରାଣୀଗୁଡା ଫାର୍ମ ମା ମଝି ଗୌରୀ ପୂଜା କମିଟି ପକ୍ଷରୁ ଆୟୋଜିତ ମାଆ ମଝିଘରିଆଣୀଙ୍କ ଘଣ୍ଟ ପର୍ବର ଶେଷ ଦିନରେ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଜିଲ୍ଲାର ବିଭିନ୍ନ ସ୍ଥାନ ସହ ଜିଲ୍ଲା ଏବଂ ରାଜ୍ୟ ବାହାରୁ ମଧ୍ୟ ଭକ୍ତମାନେ ମାଆଙ୍କ ଦର୍ଶନ ପାଇଁ ଏଠାକୁ ଆସିଥିଲେ। ଦୀର୍ଘ 50 ବର୍ଷ ଧରି ଏହି ପୂଜା ଆୟୋଜିତ ହୋଇଆସୁଥିବା ନେଇ କମିଟି ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ! ରାଣୀଗୁଡା ଫାର୍ମ ମାଆ ମଝିଘରିଆଣୀଙ୍କ ଘଣ୍ଟ ପର୍ବକୁ ନେଇ ସମଗ୍ର ଅଞ୍ଚଳ ଉତ୍ସବମୁଖର ହୋଇପଡ଼ିଥିଲା। ପୂଜାର ଶେଷ ଦିନରେ ମାଆଙ୍କ ଦର୍ଶନ ପାଇଁ ସକାଳୁ ରାତି ପର୍ଯ୍ୟନ୍ତ ଭକ୍ତଙ୍କ ଲମ୍ବା ଧାର ଦେଖିବାକୁ ମିଳିଥିଲା। ଭକ୍ତମାନେ ନିଜ ମନୋସ୍କାମନା ପୂରଣ ପାଇଁ ମାନସିକ ରଖି ମାଆଙ୍କୁ ପୂଜାର୍ଚ୍ଚନା କରିଥିଲେ। ରାୟଗଡା ଜିଲ୍ଲାର ବିଭିନ୍ନ ଅଞ୍ଚଳ ସହ ଓଡ଼ିଶା ବାହାରୁ ମଧ୍ୟ ବହୁ ସଂଖ୍ୟାରେ ଭକ୍ତମାନେ ଏହି ପର୍ବରେ ସାମିଲ ହୋଇଥିଲେ। ସ୍ଥାନୀୟ ଲୋକଙ୍କ ସହଯୋଗ ଓ ପୂଜା କମିଟିର ପ୍ରୟାସରେ ଏବର୍ଷ ମଧ୍ୟ ଘଣ୍ଟ ପର୍ବକୁ ଖୁବ ଆନନ୍ଦ ଓ ଭକ୍ତିମୟ ପରିବେଶରେ ପାଳନ କରାଯାଇଛି।
“ଦୀର୍ଘ 50 ବର୍ଷ ଧରି ଆମେ ମାଆ ମଝିଘରିଆଣୀଙ୍କ ଘଣ୍ଟ ପର୍ବ ପାଳନ କରୁଛୁ। ପ୍ରତିବର୍ଷ ଭକ୍ତଙ୍କ ସଂଖ୍ୟା ବଢ଼ୁଛି। ଏବର୍ଷ ମଧ୍ୟ ରାଜ୍ୟ ବାହାରୁ ଭକ୍ତମାନେ ଆସି ମାଆଙ୍କ ଆଶୀର୍ବାଦ ନେଇଛନ୍ତି। ସମସ୍ତ ସ୍ଥାନୀୟ ଲୋକଙ୍କ ସହଯୋଗ ପାଇଁ ଆମେ କୃତଜ୍ଞ ବୋଲି କମିଟିର ସଦସ୍ୟ ମାନେ ସୂଚନା ଦେଇଛନ୍ତି ! ଭକ୍ତି ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ରାଣୀଗୁଡା ଫାର୍ମ ଠାରେ ମାଆ ମଝିଘରିଆଣୀଙ୍କ ଘଣ୍ଟ ପର୍ବ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ସର୍ବ ଶେଷରେ କମିଟିର ଅଧକ୍ଷ ଶ୍ରୀ ୟାଲା ଭେଙ୍କଟେଶ୍ୱର ରାଓ (କୋଣ୍ଡା ବାବୁ )ଉକ୍ତ ପୂଜା ଶାନ୍ତି ଶୃଙ୍ଖଳା ରକ୍ଷା କରି ଉକ୍ତ ଘଣ୍ଟ ପର୍ବକୁ ସଫଳତା ସହ ପାଳନ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ! ଆଜି ସନ୍ଧ୍ୟା ସମୟରେ ମା ଙ୍କର ପରମ୍ପରା ଅନୁଯାୟୀ ନିଆ ମଡ଼ା କାର୍ଯ୍ୟକ୍ରମ କରିବା ସହ ଯେଉଁଭଳି ଭାବେ ଘଣ୍ଟ ପର୍ବ ଅଣାଯାଇଥିଲା ସେହିଭଳି ରୁପେ ଉକ୍ତ ଘଣ୍ଟ ପର୍ବର ବିସର୍ଜନ କାର୍ଯ୍ୟକ୍ରମ କରାଯିବା ନେଇ କମିଟି ପକ୍ଷରୁ ସୂଚନା ପ୍ରଦାନ କରିଛନ୍ତି !