ଚୀନ୍ ପାଇଁ ଥିବା ମିଶାଇଲ୍ ଇରାନ୍ ଉପରେ ମାଡ

ଇରାନ ସହିତ 38 ଦିନର ଯୁଦ୍ଧରେ, ଅନେକ ଗୁରୁତ୍ୱପୂର୍ଣ୍ଣ ଏବଂ ମହଙ୍ଗା ମିଶାଇଲ୍ ଖର୍ଚ୍ଚ କରିଛି ଆମେରିକା। ଯେଉଁଥିରେ ଚୀନ୍ ଭଳି ପ୍ରମୁଖ ଦେଶ ସହିତ ସମ୍ଭାବ୍ୟ ଯୁଦ୍ଧ ପାଇଁ, ସଂରକ୍ଷିତ ମିଶାଇଲ୍ ଗୁଡିକ ଅନ୍ତର୍ଭୁକ୍ତ ଥିଲା। ଏବେ ଆମେରିକାର ଅସ୍ତ୍ରାଗାର ଦ୍ରୁତ ଗତିରେ କ୍ଷୟ ହୋଉଛି।

ଯୁଦ୍ଧରେ ଆମେରିକା ପ୍ରାୟ 1,100 ଦୂରଗାମୀ ଗୁପ୍ତ ମିଶାଇଲ୍  (JASSM-ER) ବ୍ୟବହାର କରିସାରିଛି ।  ଯାହାକୁ ଆମେରିକା ଖାସ୍ କରି, ଚୀନ୍ ବିରୁଦ୍ଧରେ ବ୍ୟବହାର ପାଇଁ ଡିଜାଇନ୍ କରିଥିଲା । ଏହା ସହିତ, 1,000 ରୁ ଅଧିକ ଟୋମାହକ୍ ମିଶାଇଲ୍, 1,200 ରୁ ଅଧିକ ପାଟ୍ରିଅଟ୍ ମିଶାଇଲ୍ ଏବଂ 1,000 ରୁ ଅଧିକ ସେକେଣ୍ଡ-ଷ୍ଟ୍ରାଇକ୍ ମିଶାଇଲ୍ ମଧ୍ୟ ନିକ୍ଷେପ କରିଥିଲା । ଯଦି ଦେଖିବା ଯୁଦ୍ଧ ଲଢିବାକୁ  ଆମେରିକା ଖର୍ଚ୍ଚ କରିଛି 28-35 ବିଲିୟନ ଜଲାର । ହେଲେ ଯୁଦ୍ଧ ବନ୍ଦ ହେବାର ଦୁଇ ସପ୍ତାହ ବିତିଗଲାଣି, କିନ୍ତୁ ଆମେରିକା ଏପର୍ଯ୍ୟନ୍ତ ବ୍ୟବହୃତ ମୋଟ ଅସ୍ତ୍ରଶସ୍ତ୍ର ସଂଖ୍ୟା ପ୍ରକାଶ କରିନାହିଁ। ମନ୍ତ୍ରଣାଳୟ କହିଛି ଯେ 13,000 ରୁ ଅଧିକ ଲକ୍ଷ୍ୟସ୍ଥଳ ଉପରେ ଆକ୍ରମଣ କରାଯାଇଥିଲା। ତଥାପି, ଅଧିକାରୀମାନେ କହିଛନ୍ତି ଯେ ସମାନ ଲକ୍ଷ୍ୟସ୍ଥଳ ଉପରେ ବହୁବାର ଆକ୍ରମଣ କରାଯାଇଥିଲା, ତେଣୁ ବ୍ୟବହୃତ ଅସ୍ତ୍ରଶସ୍ତ୍ରର ପ୍ରକୃତ ସଂଖ୍ୟା ବହୁତ ଅଧିକ।