ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଭଣ୍ଡାରୀ ସାହିରେ ଥିବା ଉତ୍କଳହିତୈଷିଣୀ ସଭାଗୃହ ଠାରେ ଆକାଂକ୍ଷା ମହିଳା ସଂଘଠନ ପକ୍ଷରୁ ମହା ବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନବ ବର୍ଷ ଉପଲକ୍ଷେ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାରତ ଭୂଷଣ ମହାନ୍ତି ଯୋଗ ଦେଇଥିବା ବେଳେ ଆକାଂକ୍ଷା ମହିଳା ସଂଗଠନର ଅଧ୍ୟକ୍ଷା ଆଶା ଲତା ପାଣିଗ୍ରାହୀ ସଭାପତିତ୍ୱ କରିଥିଲେ।ମୁଖ୍ୟବକ୍ତା ଭାବେ ଅଧ୍ୟାପିକା ଡକ୍ଟର ଚାରୁପ୍ରଭା ନାୟକ, ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ କୁମୁଦିନୀ ଭୁକ୍ତା ପ୍ରମୁଖ ମଞ୍ଚାସିନ ଥିଲେ।ଅତିଥି ମାନେ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।
ବିଷୁବ ମିଳନର ଉଦ୍ଦେଶ୍ୟ ହେଲା ସାରସ୍ୱତ ପ୍ରେମୀଙ୍କ ଏକ ବନ୍ଧୁ ମିଳନ ଓ ବର୍ତ୍ତମାନ ପରିସ୍ଥିତିରେ ସାହିତ୍ୟର ପରିଭାଷାକୁ ଆଲୋଚନା ହୋଇ ଥିଲା। ବିଭିନ୍ନ ଭାବକୁ ନେଇ କବିତା ପାଠ ଉତ୍ସବ ହୋଇଥିଲା।କବିତା ପାଠ ଉତ୍ସବକୁ ଅନୁଷ୍ଠାନର ଉପଦେଷ୍ଟା ସ୍ୱର୍ଣ୍ଣ ପ୍ରଭା ପାଠୀ ଓ ସମ୍ପାଦିକା ମିନା କୁମାରୀ ଟହଲ ସଂଯୋଜନା କରିଥିଲେ। ପଣା ସଂକ୍ରାନ୍ତି ଅବସରରେ ସମସ୍ତେ ପଣାକୁ ପ୍ରସାଦ ରୂପେ ସେବନ କରିଥିଲେ।ଏହି କାର୍ଯ୍ୟକ୍ରମରେ ବହୁ କବି ଓ କବୟିତ୍ରୀ ଯୋଗ ଦେଇ ନିଜର ସ୍ୱ ରଚିତ କବିତା ପାଠ କରିଥିଲେ।ଶେଷରେ ଧନ୍ୟବାଦ ଅର୍ପଣ କାର୍ଯ୍ୟକ୍ରମ ରହିଥିଲା ।