New Delhi: ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା Sonia Gandhiଙ୍କ ସ୍ୱାସ୍ଥ୍ୟବସ୍ଥାରେ ଏବେ ଲକ୍ଷଣୀୟ ସୁଧାର ଦେଖାଯାଇଛି। ବରିଷ୍ଠ ଡାକ୍ତରୀ ଟିମ୍ର ଅନୁମୋଦନ ପରେ ଆଜି ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି।
ସୂଚନା ଅନୁସାରେ, ଜ୍ୱର ହେବାରୁ ମାର୍ଚ୍ଚ ୨୪ ତାରିଖ ରାତିରେ ତାଙ୍କୁ Sir Ganga Ram Hospitalରେ ଭର୍ତ୍ତି କରାଯାଇଥିଲା। ସେଠାରେ ବରିଷ୍ଠ ଡାକ୍ତରମାନଙ୍କ ନିରୀକ୍ଷଣରେ ତାଙ୍କର ଚିକିତ୍ସା ଚାଲିଥିଲା।
ହସ୍ପିଟାଲର ଅଧ୍ୟକ୍ଷ ଡାକ୍ତର ଅଜୟ ସ୍ୱରୂପଙ୍କ କହିବା ଅନୁଯାୟୀ, ସୋନିଆ ଗାନ୍ଧୀଙ୍କୁ ଶରୀରର ସଂକ୍ରମଣ ନିୟନ୍ତ୍ରଣ ପାଇଁ ଆଣ୍ଟିବାୟୋଟିକ୍ ଦିଆଯାଇଥିଲା। ଡାକ୍ତର ଡି.ଏସ୍. ରାଣା, ଡାକ୍ତର ଏସ୍. ନନ୍ଦୀ ଏବଂ ଡାକ୍ତର ଅରୂପ ବସୁଙ୍କ ତତ୍ତ୍ୱାବଧାନରେ ତାଙ୍କର ଚିକିତ୍ସା ହେଉଥିଲା।
କ୍ରମାଗତ ଭାବେ ସ୍ୱାସ୍ଥ୍ୟରେ ସୁଧାର ଆସିବା ପରେ ଆଜି ତାଙ୍କୁ ଡିସଚାର୍ଜ କରାଯାଇଥିବା ସୂଚନା ମିଳିଛି। ବର୍ତ୍ତମାନ ସେ ପୂର୍ବପେକ୍ଷା ସୁସ୍ଥ ଅଛନ୍ତି ଏବଂ ଡାକ୍ତରମାନେ ଘରେ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି।