୩ ଦିନ ପରେ ପୁଣି ବଢିଲା ସୁନା ଦର

ଆଜି ମାର୍କେଟରେ ଉଚ୍ଚା ରହିଛି ସୁନା ଓ ରୁପା ଦାମ୍ । ଯୁଦ୍ଧ ବିରତି ଘୋଷଣା ପରେ ସୁନା-ରୁପା ମୂଲ୍ୟରେ ହ୍ରାସ ହୋଇଥିଲା । ମାତ୍ର ୩ ଦିନ ପରେ ପୁଣି ବଢିଚାଲିଛି ସୁନା ଦର । ସୁନା ଦର ବୃଦ୍ଧି ପୁଣି ଗ୍ରାହକଙ୍କୁ ଝଟକା ଦେଇଛି ।

Gold Rate Today: MCX Gold Hits ₹1.27 Lakh, Silver Gains

ଆଜି ୨୪ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍ ପ୍ରତି ୧,୪୮,୦୯୦ ଟଙ୍କା ରହିଛି । ଗତକାଲି ୧,୪୫,୫୮୦ ଟଙ୍କା ଥିଲା । ଏଥିରେ ୨,୫୧୦ ଟଙ୍କା ବୃଦ୍ଧି ପାଇଛି । ୨୨ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୧,୩୫,୭୫୦ ଟଙ୍କା ରହିଛି । ଗତକାଲି ୧,୩୩,୪୫୦ ଟଙ୍କା ଥିଲା । ଏଥିରେ ୨,୩୦୦ ଟଙ୍କା ବୃଦ୍ଧି ହୋଇଛି । ୧୮ କ୍ୟାରେଟ୍ ୧୦ ଗ୍ରାମ ସୁନା ଦାମ୍ ୧,୧୧,୦୭୦ ଟଙ୍କା ରହିଛି । ଗତକାଲି ଏହା ୧,୦୯,୧୯୦ ଟଙ୍କା ଥିଲା । ଏଥିରେ ୧,୮୮୦ ଟଙ୍କା ବୃଦ୍ଧି ହୋଇଛି । ସେହିପରି ରୁପା ଦାମ୍ ମଧ୍ୟ ବୃଦ୍ଧି ହୋଇଛି । ୧୦୦ ଗ୍ରାମ୍ ରୁପା ଦାମ୍ ୨୫,୦୦୦ ଟଙ୍କାରେ ପହଞ୍ଚିଛି । ଗତକାଲି ୨୪,୫୦୦ ଟଙ୍କା ଥିଲା। ଏଥିରେ ୫୦୦ ଟଙ୍କା ବୃଦ୍ଧି ହୋଇଛି ।

Gold prices fall sharply from three-week high