ନୟାଗଡ଼:- ଜାମୁକୋଣ ସ୍ଥିତ ବୈଷ୍ଣୋଦେବୀ ପୀଠରେ, ଗତ ୧୯ ତାରିଖରୁ ଆରମ୍ଭ ହୋଇଥିବା ନବରାତ୍ର ପୂଜା, ଆଜି ସନ୍ଧ୍ୟାରେ ଉଯାପିତ ହେବ। ଏଥିପାଇଁ ବୈଷ୍ଣୋଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସ୍ଵତନ୍ତ୍ର ଉତ୍ସବର ଆୟୋଜନ କରାଯାଇଛି। ମା’ ବୈଷ୍ଣୋଦେବୀଙ୍କ ପୀଠରେ ପୂଜା ପାଠ, ହୋମ ଯଜ୍ଞ ଏବଂ ବ୍ରାହ୍ମଣଙ୍କ ମନ୍ତ୍ରପାଠରେ ପ୍ରକମ୍ପିତ ହେଉଛି । ମା’ଙ୍କ ପୀଠରେ ସାଜସଜ୍ଜା ସାଙ୍ଗକୁ ସ୍ଵତନ୍ତ୍ର ପୂଜା ଏବଂ ଉତ୍ସବ ଆୟୋଜନ କରାଯାଇଛି। ଦେବୀଙ୍କର ଏହା ଚୈତ୍ର ମାସ ନବରାତ୍ର ପୂଜା। ବର୍ଷକୁ ମା ବୈଷ୍ଣୋଦେବୀଙ୍କ ପାଖରେ ଦୁଇଟି ନବରାତ୍ର ଅନୁଷ୍ଠିତ ହୋଇଥାଏ। ସେଥି ମଧ୍ୟରୁ ଗୋଟିଏ ବସନ୍ତ ନବରାତ୍ର ପୂଜା । ଅନ୍ୟଟି ଚୈତ୍ର ନବରାତ୍ର ପୂଜା । ଗତ ୧୯ ତାରିଖ ରୁ ଆରମ୍ଭ ହୋଇଥିବା ଚୈତ୍ର ନାବରାତ୍ରୀ ପୂଜା ଆଜି ସନ୍ଧ୍ୟାରେ ଉଯାପିତ ହେବ। ବିଧି ଅନୁଯାୟୀ ନବରାତ୍ର ପୂଜାର ଶେଷ ଦିନରେ ୯ ଜଣ କନ୍ୟାଙ୍କୁ ଦେବୀ ଦୁର୍ଗାଙ୍କ ୯ ଅବତାର ବେଶରେ ସୁସଜ୍ଜିତ କରାଯିବ। ଜାମ୍ମୁ କାଶ୍ମୀରର କଟରାରେ ପୂଜା ପାଉଥିବା ମା’ ବୈଷ୍ଣୋଦେବୀଙ୍କ ପୂଜା ନୀତି ଭଳି, ଏଠାରେ ମଧ୍ୟ ସମାନ ଶୈଳୀରେ ପୂଜା ନିତୀ ଅନୁଷ୍ଠିତ ହେଉଛି।
