ବିମାନ ଅବତରଣ ବେଳେ ବଡ ଦୁର୍ଘଟଣା

ବିମାନ ଅବତରଣ ବେଳେ ବଡ ଦୁର୍ଘଟଣା । ବିମାନ ସହିତ ଧକ୍କା ହେଲା  ଅଗ୍ନିଶମ ଗାଡି । ଗତକାଲି ବିଳମ୍ବିତ ରାତିରେ ଆମେରିକାର ନ୍ୟୁୟର୍କର ଲାଗାର୍ଡିଆ ବିମାନବନ୍ଦରରେ, ଅବତରଣ କରିବା ସମୟରେ ମଣ୍ଟ୍ରିଆଲରୁ ଆସୁଥିବା ଏୟାର କାନାଡା ଏକ୍ସପ୍ରେସର ଏକ ବିମାନ, ରନୱେରେ ଏକ ଅଗ୍ନିଶମ ଗାଡ଼ି ସହିତ ଧକ୍କା ହୋଇଥିଲା।

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଦୁର୍ଘଟଣାରେ ପାଇଲଟ୍ ଏବଂ ସହ-ପାଇଲଟ୍‌ଙ୍କ ମୃତ୍ୟୁ ଘଟିଥିଲା । ଏବଂ ଟ୍ରକ୍‌ରେ ଥିବା ଦୁଇ ଜଣ ଆହତ ହୋଇଛନ୍ତି। CRJ-900 ବିମାନଟି 72 ଜଣ ଯାତ୍ରୀ ଏବଂ ଚାରି ଜଣ କ୍ରୁ ସଦସ୍ୟଙ୍କୁ ନେଇ ଯାତ୍ରା କରୁଥିଲା।

ଧକ୍କା ପରେ ରନୱେ ୪କୁ ତୁରନ୍ତ ବନ୍ଦ କରିଦିଆଯାଇଥିଲା। ବିମାନବନ୍ଦରରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଥିଲା । ସମସ୍ତ ବିମାନ ଚଳାଚଳ ବନ୍ଦ କରାଯାଇଥିଲା । ଏବଂ ଆସୁଥିବା ବିମାନଗୁଡ଼ିକୁ ସ୍ଥାନାନ୍ତର କରାଯାଇଥିଲା। ଦୁର୍ଘଟଣା ପୂର୍ବରୁ, ଏୟାର ଟ୍ରାଫିକ୍ କଣ୍ଟ୍ରୋଲର୍ ବିମାନ ଏବଂ ସ୍ଥଳଯାନ ଉଭୟକୁ ଅଟକିବାକୁ କହିଥିଲେ, କିନ୍ତୁ ତଥାପି ଧକ୍କା ହୋଇଥିଲା।