ପବିତ୍ର ଇଦ ପାଇଁ ସମୁହ ନମାଜ ପାଠ କଲେ ମୁସଲମାନ ସମ୍ପ୍ରଦାୟର ଭାଇ ମାନେ । ଦେଶର ବିଭିନ୍ନ ମସଜିଦ ରେ ଆଜି ଗହଳି ଲାଗି ରହିଥିଲା ବେଳେ ସମୁହ ନମାଜ ପାଠ କରାଯାଉଛି । ଚାନ୍ଦୁଆ ନଗରୀ ପିପିଲି ର ବିଭିନ୍ନ ମସଜିଦ ରେ ମୁସଲମାନ ଭାଇ ମାନେ ସମୁହ ନମାଜ ପାଠ କରୁଥିବା ଦେଖିବାକୁ ମିଳିଛି । ଗତ ଏକ ମାସ ଧରି ଏହି ପର୍ବ ପାଳନ ପାଇଁ ରୋଜା ରଖି ଥିବା ଏହି ମୁସଲମାନ ଭାଇ ମାନେ ମସଜିଦ ରେ ସମୁହ ନମାଜ ପାଠ କରିବା ସହିତ ମିଠା ଖାଇ ଏବଂ ଜୁସ ପିଇ ଖୁସି ମନାଇ ଥିଲେ। ଭାଇଚାରା ର ପର୍ବ ଏବଂ ଧର୍ମ ମାସର ପର୍ବ ଇଦ କୁ ମନାଇବା ପାଇଁ ଦୂର ଦୁରାନ୍ତରୁ ସମ୍ପକୀୟ ମାନେ ଛୁଟି ଆସନ୍ତି ଘରକୁ ଏବଂ ଏକାଠି ରହି ଖୁସି ମାନନ୍ତି ଏହି ଦିନକୁ।