Gold Price: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ପରିସ୍ଥିତି ମଧ୍ୟରେ ସୁନା ଓ ରୁପା ଦରରେ ଆଜି ପୁଣି ବୃଦ୍ଧି ଦେଖାଯାଇଛି। ବିଶ୍ୱ ଅନିଶ୍ଚିତତା ବଢିବା ସହିତ ନିବେଶକମାନେ ସୁରକ୍ଷିତ ନିବେଶ ଭାବେ ସୁନା ଓ ରୁପାକୁ ବେଶି ପସନ୍ଦ କରୁଛନ୍ତି, ଯାହା ଫଳରେ ଦର ବଢିବାର ପ୍ରବଣତା ଦେଖାଯାଉଛି।
ଭୁବନେଶ୍ବରରେ ଆଜି ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପିଛା ୧,୨୦୦ ଟଙ୍କା ବୃଦ୍ଧି ପାଇ ୧,୫୮,୬୨୦ ଟଙ୍କାକୁ ପହଞ୍ଚିଛି। ଗତକାଲି ଏହା ୧,୫୭,୪୨୦ ଟଙ୍କା ଥିଲା। ସେହିପରି ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପିଛା ୧,୧୦୦ ଟଙ୍କା ବଢି ୧,୪୫,୪୦୦ ଟଙ୍କା ହୋଇଛି, ଯେଉଁଥିରେ ଗତକାଲି ଏହା ୧,୪୪,୩୦୦ ଟଙ୍କା ଥିଲା। ଏହାସହ ୧୮ କ୍ୟାରେଟ୍ ସୁନା ଦର ମଧ୍ୟ ବୃଦ୍ଧି ପାଇଛି। ଗତକାଲି ୧,୧୮,୦୭୦ ଟଙ୍କା ଥିବା ବେଳେ ଆଜି ୯୦୦ ଟଙ୍କା ବଢି ୧,୧୮,୯୭୦ ଟଙ୍କାରେ ପହଞ୍ଚିଛି।
ଅନ୍ୟପଟେ ରୁପା ଦରରେ ମଧ୍ୟ ଉଲ୍ଲେଖନୀୟ ବୃଦ୍ଧି ହୋଇଛି। କେଜି ପିଛା ୪,୦୦୦ ଟଙ୍କା ବଢି ରୁପା ଦର ୨,୮୦,୦୦୦ ଟଙ୍କାକୁ ପହଞ୍ଚିଛି, ଯେଉଁଥିରେ ଗତକାଲି ଏହା ୨,୭୬,୦୦୦ ଟଙ୍କା ଥିଲା। ବିଶେଷଜ୍ଞମାନଙ୍କ ମତାନୁସାରେ, ଯୁଦ୍ଧ ଓ ଆର୍ଥିକ ଅନିଶ୍ଚିତତା ଜାରି ରହିଲେ ଆଗାମୀ ଦିନରେ ସୁନା ଓ ରୁପା ଦର ଆଉ ବଢି ପାରେ।