ରାତି ପହିଲେ ରଙ୍ଗୀନ ହେବ ସାରା ଓଡ଼ିଶା । ହୋଲି ରଙ୍ଗରେ ସମସ୍ତେ ହେବେ ମସଗୁଲ । ତେବେ ହୋଲିକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରିବା ପାଇଁ କଟକ କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ହୋଲିରେ ବିଶୃଙ୍ଖଳାକାରୀଙ୍କୁ ସାବାଡ କରିବ କମିଶନରେଟ୍ ପୋଲିସ । ହୋଲି ପାଇଁ କଟକ ସହରରେ ୨୦ ପ୍ଲାଟୁନ ପୋଲିସ ଫୋର୍ସ ସହ ବରିଷ୍ଠ ଅଧିକାରୀ ମୁତୟନ ହେବେ । ବିଭିନ୍ନ ସ୍ଥାନରେ ବ୍ଲକିଂ ସହ ନାକା ଲଗାଯିବ । ଏହାସହ ବିଭିନ୍ନ ଗଳିକନ୍ଦିରେ ବାଇକ୍ ପାଟ୍ରୋଲିଂ କରିବ ପୋଲିସ । ମଦ ପିଅ ହୋଲି ଖେଳିଲେ କି ଗାଡ଼ି ଚଳାଇଲେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ । ହୋଲି ଖେଳିବା ସମୟର କୌଣସି ଜନସାଧାରଣଙ୍କୁ ହଇରାଣ ନକରି ହୋଲି ଖେଳିବାକୁ ପରାମର୍ଶ ଦେଇଛନ୍ତି କଟକ ଡିସିପି ।
