ଓଡ଼ିଆ ଭାଷା ପ୍ରତିଷ୍ଠାନ ଓ ମହିଳା ସ୍ନାତକ ମହାବିଦ୍ୟାଳୟର ମିଳିତ ସ‌ହ‌ଯୋଗରେ ଓଡ଼ିଆ ଭାଷା ସମ୍ମାନ ଅନୁଷ୍ଠିତ

ଓଡ଼ିଶା ସରକାରଙ୍କର ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ସ୍ଥାନୀୟ ମହିଳା ସ୍ନାତକ ମହାବିଦ୍ୟାଳୟର ମିଳିତ ସହଯୋଗରେ ‘ରାଜ୍ୟସ୍ତରୀୟ ଓଡ଼ିଆ ଭାଷା ସମ୍ମିଳନୀ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ଠାରେ ମହିଳା ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ ରୀନା ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଓଡ଼ିଶା ସାହିତ୍ୟ ଏକାଡେମୀର ପ୍ରାକ୍ତନ ସଦସ୍ୟ ଉପାନ୍ତ ପ୍ରହରୀ ପୂର୍ଣଚନ୍ଦ୍ର ମହାପାତ୍ର, ସମ୍ମାନିତ ଅତିଥି ଭାବେ ସୁସାହିତ୍ୟିକ ଡଃ ଲମ୍ବୋଦର ପାଣିଗ୍ରାହୀ, ରାଜଲକ୍ଷ୍ମୀ ଦେବୀ, ଭରତ ଗିରି, ଅଶୋକ ପଣ୍ଡା ଏବଂ ଡଃ ରାମାରାଓ ମାଝୀ ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ଵଳନ କରି କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମ ଆଲୋଚନାର ମୁଖ୍ୟ ବିଷୟ ଥିଲା ‘ଯୁବପିଢ଼ି ଓ ମାତୃଭାଷା ସାହିତ୍ୟ’ ର ଗ୍ରହଣୀୟତା । ଅତିଥି ମାନେ ଯୁବପିଢ଼ିଙ୍କ ମଧ୍ୟରେ ସାହିତ୍ୟ ପ୍ରତି ଅନୁରାଗ ସୃଷ୍ଟି କରିବା ସାହିତ୍ୟ ସମ୍ମାନର ମୁଖ୍ୟ ଉଦ୍ଦେଶ୍ୟ ବାଲି ମତବ୍ୟକ୍ତ କରିଥିଲେ । ଛାତ୍ରଛାତ୍ରୀ ମାନଙ୍କୁ ଆଧୁନିକ ଭାଷାରେ ଶିକ୍ଷା ଗ୍ରହଣ ନିମନ୍ତେ ଉତ୍ସାହିତ କରିବା ସଙ୍ଗେ ସଙ୍ଗେ ଆମ ମାତୃଭାଷା ଓଡ଼ିଆର ବହୁଳ ବ୍ୟବହାର ପାଇଁ ଅତିଥି ମାନେ ନିଜର ମତ ଉପସ୍ଥାପନ କରିଥିଲେ । ପୂର୍ବରୁ ଆୟୋଜିତ ହୋଇଥିବା ବକ୍ତୃତା, ପ୍ରବନ୍ଧ, ଶୃତ ଲିଖନ ପ୍ରଭୃତି ପ୍ରତିଯୋଗିତାରେ କୃତି ଛାତ୍ରୀମାନଙ୍କୁ ପୁରସ୍କାର ଓ ମାନପ‌ତ୍ର ପ୍ରଦାନ କରାଯାଇଥିଲା ।