ଶ୍ରୀମନ୍ଦିରରେ ଧଜିଆ ଉଡୁଛି ନିୟମ, ସୁରକ୍ଷାକୁ ନେଇ ବିଧାନସଭାରେ ପ୍ରଶ୍ନ

ଭୁବନେଶ୍ଵର : ପୁରୀର Shree Jagannath Templeରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଗଭୀର ପ୍ରଶ୍ନ ଉଠିଛି । ବିଧାନସଭାରେ ବିଜେଡି ବିଧାୟକ Pratap Jena (ପ୍ରତାପ ଦେବ) ଅଣତାରକା ପ୍ରଶ୍ନ ମାଧ୍ୟମରେ ଶ୍ରୀମନ୍ଦିର ସୁରକ୍ଷା ସମ୍ବନ୍ଧରେ ସରକାରଙ୍କୁ ପ୍ରଶ୍ନ କରିଥିଲେ । ଏହାର ଲିଖିତ ଉତ୍ତର ଦେଇଛନ୍ତି ଆଇନମନ୍ତ୍ରୀ Prithviraj Harichandan । ମନ୍ତ୍ରୀଙ୍କ ଦ୍ୱାରା ଦିଆଯାଇଥିବା ତଥ୍ୟ ଅନୁସାରେ, ଜୁନ ୨୦୨୪ରୁ ବର୍ତ୍ତମାନ ସୁଦ୍ଧା ଶ୍ରୀମନ୍ଦିର ଉପରେ ୧୦ ଥର ବେଆଇନ ଭାବେ ଡ୍ରୋନ ଉଡିଥିବା ଘଟଣା ଚିହ୍ନଟ ହୋଇଛି । ଏହା ସମ୍ପର୍କରେ ୧୦ଟି ମାମଲା ରୁଜୁ କରାଯାଇଛି । ସେଥିରୁ ୨ଟି ମାମଲାରେ ଫାଇନାଲ୍‌ ଫର୍ମ ଦାଖଲ ହୋଇଥିବା ବେଳେ, ଅନ୍ୟ ୮ଟି ମାମଲାର ତଦନ୍ତ ଚାଲିଛି ।

ଶ୍ରୀମନ୍ଦିର ପରିସରରେ ମୋବାଇଲ୍‌ ଫୋନ୍‌ ନିଷେଧ ଥିବା ସତ୍ତ୍ୱେ ଜୁନ ୨୦୨୪ରୁ ଏପର୍ଯ୍ୟନ୍ତ ୭୦୦ ଜଣ ବ୍ୟକ୍ତି ଅନଧିକୃତ ଭାବେ ମୋବାଇଲ୍‌ ନେଇ ପ୍ରବେଶ କରିଥିବା ଘଟଣା ଧରାପଡ଼ିଛି । ଏହାପାଇଁ ୬ ଲକ୍ଷ ୯୩ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି । ଏହି ସମ୍ବନ୍ଧରେ Singhadwara Police Stationରେ ୯ଟି ମାମଲା ରୁଜୁ ହୋଇଛି । ସେଥିରୁ ୭ଟି ମାମଲାର ଫଇସଲା ହୋଇଥିବା ବେଳେ ୨ଟି ମାମଲା ତଦନ୍ତାଧୀନ ଅଛି । ଶ୍ରୀମନ୍ଦିର ଭିତରେ ବେଆଇନ ଭାବେ ଫଟୋ ଓ ଭିଡିଓ ଧରି ସୋସିଆଲ୍‌ ମିଡିଆରେ ପ୍ରସାରଣ କରିଥିବା ୮ଟି ଘଟଣା ନଜରକୁ ଆସିଛି । ଏହା ସମ୍ପର୍କରେ ମଧ୍ୟ ସିଂହଦ୍ୱାର ଥାନାରେ ୮ଟି ମାମଲା ରୁଜୁ ହୋଇଛି । ସେଥିରୁ ୫ଟି ମାମଲାର ତଦନ୍ତ ସମାପ୍ତ ହୋଇଥିବା ବେଳେ ୩ଟି ମାମଲା ଏଯାବତ୍‌ ତଦନ୍ତାଧୀନ ରହିଛି । ବିଧାନସଭାରେ ଏହି ତଥ୍ୟ ଉପସ୍ଥାପିତ ହେବା ପରେ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ନେଇ ଚର୍ଚ୍ଚା ତୀବ୍ର ହୋଇଛି । ଭକ୍ତମାନଙ୍କ ପାଇଁ ଏହା ଗଭୀର ଚିନ୍ତାର ବିଷୟ ହୋଇପଡ଼ିଛି ।