ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କ ଜୀବନ ଗଲା । ମୃତ ବ୍ୟକ୍ତି ଜଣଙ୍କ ହେଲେ ମିଥୁନ ସରକାର । ସଂଘବନ୍ଧ ଆକ୍ରମଣ ପାଇଁ ଉଦ୍ୟମ ବେଳେ ପାଣିକୁ ଡେଇଁ ପଡ଼ିଲେ ମିଥୁନ । ପାଣିକୁ ଡେଇଁ ପଡ଼ିବାରୁ ବୁଡ଼ିଯାଇ ମୃତ୍ୟୁ ହୋଇଥିବା ନେଇ କହିଲା ସ୍ଥାନୀୟ ପୋଲିସ ।

ଘଟଣାଟି ବାଂଲାଦେଶର ନୱାଗାଓଁର ମହାଦେବପୁରରେ ଘଟିଛି, ଯେଉଁଠାରେ କିଛି ସ୍ଥାନୀୟ ଲୋକ ମିଥୁନ ସରକାର ନାମକ ୨୫ ବର୍ଷୀୟ ଯୁବକ ବିରୋଧରେ ଚୋରି ଅଭିଯୋଗ ଆଣିବା ପରେ ତାକୁ ମାରିବାକୁ ଗୋଡ଼ାଇଥିଲେ । ପ୍ରାଣ ବିକଳରେ ସେ ଏକ କେନାଲକୁ ଡେଇଁ ପଡ଼ିଥିଲା । କିନ୍ତୁ ଦୁର୍ଭାଗ୍ୟର କଥା ହେଉଛି ସେ ପହଁରା ଜାଣିନଥିଲା, ଫଳରେ ସେ ଗଭୀର ପାଣିରେ ବୁଡ଼ିବାକୁ ଆରମ୍ଭ କଲା । ସାହାଯ୍ୟ ପାଇଁ ସେ କେନାଲ କୂଳରେ ଛିଡ଼ାହୋଇଥିବା ଲୋକମାନଙ୍କୁ ନେହୁରା ହେଲେବି ସେମାନେ କିଛି ଶୁଣିନଥିଲେ ଓ ଏହି ଦୃଶ୍ୟକୁ ଉପଭୋଗ କରିଚାଲିଥିଲେ । ଶେଷରେ ମିଥୁନ ପାଣିରେ ବୁଡ଼ି ମୃତ୍ୟୁବରଣ କଲା । ସେ ଭଣ୍ଡାରପୁର ଗ୍ରାମର ବାସିନ୍ଦା ପିଙ୍କୁ ସରକାରଙ୍କ ପୁଅ ଥିଲା।