ନୂଆଦିଲ୍ଲୀ: ଦିଲ୍ଲୀରେ ପହଞ୍ଚିଲେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ। ପାଲମ ବିମାନ ବନ୍ଦରରେ ଲ୍ଯାଣ୍ଡ କଲା ପୁଟିନଙ୍କ ଫ୍ଲାଇଟ୍।ଭବ୍ଯ ସ୍ବାଗତ କରିବା ପାଇଁ ବିମାନବନ୍ଦରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଦୁଇ ୱାର୍ଲ୍ଡ ଲିଡର ଦେଖିବା ମାତ୍ରେ କରମର୍ଦ୍ଦନ କରିବା ସହ ପରସ୍ପରକୁ ଆଲିଙ୍ଗନ କଲେ। ବିମାନବନ୍ଦରରୁ ବାହାରି ଦୁଇ ନେତା ପ୍ରଧାନମନ୍ତ୍ରୀଙ୍କ ବାସଭବନ ଗସ୍ତ କରିଛନ୍ତି। ଦୁଇ ଦିନିଆ ସରକାରୀ ଗସ୍ତରେ ଆସିଛନ୍ତି ପୁଟିନ। ଆସନ୍ତାକାଲି ୨୩ ତମ ଦ୍ବିପାକ୍ଷିକ ସମ୍ମିଳନୀରେ ଯୋଗଦେବାର ଯୋଜନା ରହିଛି। ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଗଲେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ଓ ପ୍ରଧାନମନ୍ତ୍ରୀ ମୋଦୀ। ଆସନ୍ତାକାଲି ହେବାକୁ ଥିବା ସମ୍ମିଳନୀରେ ଦୁଇ ଦେଶର ମୁଖ୍ଯଙ୍କ ମଧ୍ୟରେ ଅନେକ କିଛି ଆଲୋଚନା କରାଯିବାର ଯୋଜନା ରହିଛି। ମୁଖ୍ଯତଃ ଭାରତ ଅର୍ଥନୀତି, ଶିକ୍ଷା ଓ ଟେକ୍ନୋଲୋଜି ଏପରିକି ପ୍ରତିରକ୍ଷା କ୍ଷେତ୍ରରେ ଏକାଠି ଅଗ୍ରଗତି କରିବା ନେଇ ଆଲୋଚନା କରାଯାଇପାରେ ବୋଲି କୁହାଯାଉଛି। ଆଗରୁ ରୁଷ ଭାରତକୁ ପ୍ରତିରକ୍ଷା କ୍ଷେତ୍ରରେ ଅନେକ ସାହର୍ଯ୍ଯ କରିଛି ଏବେ ମଧ୍ୟ ଏକ ନିଉକ୍ଲିଅର ସବମରିନ ଦେଇପାରେ ବୋଲି ଆଲୋଚନା କରାଯାଉଛି। ଯାହାକି ସମୁଦ୍ର ତଳେ ରହି ଶତ୍ରୁକୁ ଡରାଇବ। ସମୁଦ୍ର ତଳୁ ଶତ୍ରୁର ଯୁଦ୍ଧ ଜାହାଜକୁ ଧ୍ବଂସ କରିପାର କ୍ଷମତା ମଧ୍ୟ ଏହି ନିଉକ୍ଲିଅର ସବମରିନ ପାଖରେ ରହିଛି।

ଭାରତ ଏବଂ ରୁଷ ମଧ୍ୟରେ ବହୁ ଗୁରୁତ୍ବପୂର୍ଣ୍ଣ ଡିଲ୍ ହେବା ସହିତ ବିଶ୍ବକୁ ବଡ଼ ସଙ୍କେତ ଯିବ । ଭାରତକୁ ପୁତିନ ଆସିଥିବାରୁ ସାରା ବିଶ୍ବର ନଜର ଏବେ ଭାରତ ଉପରେ ରହିଛି । ବିଶେଷ କରି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନଜର ଉଭୟଙ୍କ ଉପରେ ରହିଛି । ସେପଟେ ଚୀନ ରାଷ୍ଟ୍ରପତିଙ୍କ ନଜର ବି ରହିଛି । ପାକିସ୍ତାନ ବି ଛାନିଆ ହେଲାଣି । ଦୁଇଦିନିଆ ଭାରତ ଗସ୍ତରେ ଆସିଛନ୍ତି ପୁତିନ । ୨୦୨୨ରେ ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଏହା ପୁତିନଙ୍କ ପ୍ରଥମ ଭାରତ ଗସ୍ତ । ସନ୍ଧ୍ୟାରେ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି ରୁଷିଆ ରାଷ୍ଟ୍ରପତି ପୁତିନ । ରାତିରେ ପିଏମ୍ ମୋଦି ଏବଂ ରାଷ୍ଟ୍ରପତି ପୁତିନ ୭ ଲୋକ କଲ୍ୟାଣ ମାର୍ଗରେ ପ୍ରାଇଭେଟ୍ ଡିନର କରିବେ ।