ନେପାଳ ରେ ପାଳିତ ହେଲା ଆନ୍ତର୍ଜାତୀୟ ଜଗନ୍ନାଥ ମହୋତ୍ସବ ଇଣ୍ଡିଆ। ନେପାଳ କଲ୍ଚରାଲ୍ ସେଣ୍ଟର୍,ନେପାଳ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ର ମିଳିତ ସହ ଭାଗୀତା ରେ ନେପାଳ ର ଐତିହାସିକ HDM କାଠମାଣ୍ଡୁ ଦରବାର ସ୍କ୍ୱାରେ ସଂଗ୍ରହାଳୟ ପାଳିତ ହୋଇଯାଇଛି। ଏ ଅବସର ରେ ନେପାଳ ର ମଲ୍ଲ ରାଜୁତି ସମୟ ର ଜଗନ୍ନାଥ ମନ୍ଦିର ରେ ନେପାଳୀ ପୁରୋହିତ ଙ୍କ ଦ୍ଵାରା ପାରମ୍ପରିକ ପୂଜା ଅର୍ଚ୍ଚନା କରାଯାଇ ଜଗନ୍ନାଥ ସଂସ୍କୃତି ଉପରେ ଆଲୋଚନା କରାଯାଇଥିଲା। ନେପାଳ ସରକାର ଙ୍କ ହନୁମାନ ଢୋକା ସଂଗ୍ରହାଳୟ ର ମୁଖ୍ୟ କାର୍ଯୟନିର୍ବାହୀ ଅଧିକାରୀ କାଜି ମନ ପୌରୋୟାଲ ଙ୍କ ସଭାପତିତ୍ଵ ରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଗବେଷକ ଭୂତତ୍ତ୍ୱ ସର୍ବେକ୍ଷଣ ବିଶାରଦ ନେପାଳୀ ସାହିତ୍ୟକ ଓ ଅଧିକାରୀ ଯୋଗ ଦେଇଥିଲେ।

ଏ ଅବସର ରେ ନେପାଳ ବୋର୍ଡ ଅଧ୍ୟକ୍ଷା prof.Dr. Bina Poudyal ଯୋଗ ଦେଇ ମହାପ୍ରଭୁ ଜଗନ୍ନାଥ , କଳିଙ୍ଗ ଓ ନେପାଳ ସାଂସ୍କୃତିକ ସମ୍ପର୍କ ସମ୍ପର୍କ ରେ ଆଲୋଚନା କରିଥିଲେ। INCC ର ଅଧକ୍ଷ ଶ୍ରୀ ବିପ୍ଲବ ପ୍ରକାଶ ମହାନ୍ତି ଭିଡିଓ କନଫରେନ୍ସ ମାଧ୍ୟମରେ ଯୋଗ ଦେଇ ମହାପ୍ରଭୁ ଜଗନ୍ନାଥ ଙ୍କ ରଥ ଯାତ୍ରା। ଜଗନ୍ନାଥ ସଂସ୍କୃତି ବିଷୟରେ ଆଲୋଚନା କରିବା ସହ 11 ଶତାବ୍ଦୀ ରେ ନେପାଳ ର ରଜ 1 ଲକ୍ଷ୍ୟ ଜୀବନ୍ତ ଶାଳଗ୍ରାମ ଓ ଦୁର୍ଲଭ କସ୍ତୁରୀ ଦାନ କରିଥିଲେ।

ବିଶ୍ୱ ରେ ନେପାଳ ର ନରେଶ ଏକ ମାତ୍ର ରାଜା ଯାହାଙ୍କୁ ଜଗନ୍ନାଥ ମନ୍ଦିର ର ରତ୍ନ ସିଂହାସନ ଚଢ଼ି ପୂଜା କରିବାର ଅଧିକାର ଅଛି ଏପରିକି ନେପାଳ ର ଭକ୍ତ ମାନ ଙ୍କ ସୁବିଧା ରେ ଦର୍ଶନ ଓ ରହଣି ପାଇଁ ସ୍ୱତନ୍ତ୍ର ଲାଲ ମୋହରୀୟା ପଣ୍ଡା ନିଯୁକ୍ତି ହୋଇଛନ୍ତି, ନେପାଳ ବିଶ୍ୱ ର ଏକ ମାତ୍ର ଦେଶ ଯାହାର ରାଜା ଓ ପ୍ରଜା ଙ୍କୁ ମହାପ୍ରଭୁ ଏ ବିଶେଷ ଅଧିକାର ଦେଇଛନ୍ତି ଏହି ଅବସରରେ ସେ ମହାପ୍ରଭୁ ଙ୍କ ଶ୍ରୀ ମୁଖ ଶୃଙ୍ଗାର ପାଇଁ ଆବଶ୍ୟକ ଦୁର୍ଲଭ କସ୍ତୁରୀ କିପରି ପୁନଃ ଯୋଗାଣ ହୋଇପାରିବ ସେଥିପାଇଁ ନେପାଳ ସରକାର ଓ ନେପାଳ ବାସୀ ଙ୍କୁ ନିବେଦନ କରିଥିଲେ। India Nepal Cultural Center ରସଭାପତି everest region mountaineer ଇଞ୍ଜିନିୟର ପରେଶ କୁମାର ନେପାଳ ଭାରତ ସମ୍ପର୍କ ଓ ରଥଯାତ୍ରା ର ମହତ୍ଵ ସମ୍ପର୍କ ରେ ଆଲୋକପାତ କରିଥିଲେ। ହନୁମାନ ଢୋକା ସଂଗ୍ରହାଳୟ ର ଉପମୁଖ୍ୟ Sharmila upreti ଧନ୍ୟବାଦ ଦେଇଥିଲେ।ସମସ୍ତ କର୍ମଚାରୀ ଓ ଅଧିକାରୀ ମାନେ କାର୍ଯ୍ୟକ୍ରମ ପରିଚାଳନା କରିବା ରେ ସହଯୋଗ କରିଥିଲେ।