ଠାକୁରଙ୍କର ନୃସିଂହ ଓ ବରାହ ଅବତାର ଦେଖିବା ସକାଶେ ଭକ୍ତମାନଙ୍କ ସୁଅ…

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ  ଗୁଣ୍ଡିଚାବାଡ଼ି ଠାରେ  ଠାକୁରଙ୍କର ନୃସିଂହ ଓ ବରାହ ଅବତାର ଦେଖିବା ସକାଶେ ଭକ୍ତମାନଙ୍କ ସୁଅ ଛୁଟୁ ଥିବାର ଦେଖିବାକୁ ମିଳିଛି।ପାଗ ଆଜି ଶୁଖିଲା ଥିବାରୁ ଆଖପାଖ ଗ୍ରାମ, ପୁରପଲ୍ଲୀ ସହ ପଡୋଶୀ ଆନ୍ଧ୍ରପ୍ରଦେଶରୁ ବହୁତ ଭକ୍ତଙ୍କ ସମାଗମ  ହେଉଛି।ଏହି ଦଶ ଦିନ ଠାକୁରଙ୍କୁ ଦର୍ଶନ କଲେ ପୁଣ୍ୟ ମିଳେ ବୋଲି ଭକ୍ତଙ୍କ ବିଶ୍ୱାସ ରହିଛି। ଠାକୁରଙ୍କ ଦଶ ଅବତାର ଦର୍ଶନ କରିବା ସକାଶେ ପଡୋଶୀ ଆନ୍ଧ୍ରପ୍ରଦେଶରୁ ମଧ୍ୟ ଭକ୍ତଙ୍କ ସମାଗମ ହୋଇଥାଏ।

ଭକ୍ତ ମାନେ ନଡିଆ କଦଳୀ ଫୁଲ ଫଳ ତୁଳସୀ ମାଳ ପ୍ରଭୃତି ପୂଜା ସାମଗ୍ରୀ ଧରି ଠାକୁରଙ୍କ ପୂଜାର୍ଚ୍ଚନା କରି  ଦର୍ଶନ କରିଛନ୍ତି ଓ ମହା ପ୍ରଭୁଙ୍କ ଆଶୀର୍ବାଦ ନେଉଛନ୍ତି।ସନ୍ଧ୍ୟା ସମୟରେ ସନ୍ଧ୍ୟା ଆଳତୀ ଦେଖିବା ପାଇଁ ଭକ୍ତଙ୍କ ସୁଅ ଛୁଟୁଛି। ରଥଯାତ୍ରା କମିଟି ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁପରିଚାଳନା ସକାଶେ  ପଦକ୍ଷେପ ନିଆଯାଇଛି।ପୋଲିସ ପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ପୋଲିସ ମୃତୟନ କରାଯାଇଛି ଗୁଣ୍ଡିଚା ବାଡି ପରିସରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି।।