ଗଜପତି ଜିଲ୍ଲା ଗୋଶାଣୀ ବ୍ଳକ ଅନ୍ତର୍ଗତ ଉପଲଡା ପଞ୍ଚାୟତର ଆର ସୀତାପୁର ଗ୍ରାମ ନିକଟରେ ଥିବା ସେଞ୍ଚୁରିୟାନ ବିଶ୍ୱ ବିଦ୍ୟାଳୟର ସଭାଗୃହ ଠାରେ ଭିବୀ ଜୀ ରାମ ଜୀ ଯୋଜନା ଉପରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ,ସହକାରୀ ନିର୍ବାହୀ ଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀ, ସରପଞ୍ଚ ସମିତି ସଭ୍ୟ ସଭ୍ୟା,ଜନପ୍ରତିନିଧି ମାନଙ୍କୁ ଦୁଇ ଦିନିଆ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ୧୨୫ ଦିନର ଜୀବିକା ସୁରକ୍ଷା ଗ୍ୟାରେଣ୍ଟି ପାଇଁ ଐତିହାସିକ ‘ବିକଶିତ ଭାରତ- ଗ୍ରାମୀଣ’ ମିଶନ ଗ୍ରାମୀଣ ଅର୍ଥନୀତିର ଦୁର୍ବଳତାକୁ ଦୂର କରିବା ଏବଂ ତୃଣମୂଳ ସ୍ତରର ଅର୍ଥବ୍ୟବସ୍ଥାକୁ ସଶକ୍ତ କରିବା ଦିଗରେ ଏକ ଐତିହାସିକ ପଦକ୍ଷେପ ସ୍ୱରୂପ, ଭାରତ ସରକାର ଏହି ଯୋଜନା କରିଛନ୍ତି।ଜୀବିକା ଯୋଜନା: (VB-GRAM G) ‘ବିକଶିତ ଭାରତ-ରୋଜଗାର ଓ ଜୀବିକା ଗ୍ୟାରେଣ୍ଟି ମିଶନ (ଗ୍ରାମୀଣ)’ର କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।
ଆଧୁନିକ ଅର୍ଥନୈତିକ ସୁଯୋଗ ଖୋଜୁଥିବା ଯୁବପିଢ଼ି, ସୁରକ୍ଷିତ ସାମାଜିକ ବ୍ୟବସ୍ଥା ଆବଶ୍ୟକ କରୁଥିବା ଗରିବ, ଆର୍ଥିକ ଆତ୍ମନିର୍ଭର ଶୀଳତା ପାଇଁ ପ୍ରୟାସ କରୁଥିବା ମହିଳା ଏବଂ ସ୍ଥାୟୀ କୃଷି ବ୍ୟବସ୍ଥା ଆଡ଼କୁ ଅଗ୍ରସର ହେଉଥିବା ଅନ୍ନଦାତା (ଚାଷୀ)। ଏହି ଚାରୋଟି ପ୍ରମୁଖ ବର୍ଗକୁ କେନ୍ଦ୍ର କରି ସମ୍ବଳ ପ୍ରଦାନ କରିବ ଏହି ମିଶନ ଗ୍ରାମୀଣ ସମୁଦାୟରେ ଏକ ସମ୍ମାନଜନକ ଓ ସ୍ଥାୟୀ ଆର୍ଥିକ ଉନ୍ନତି ଆଣିବାକୁ ଲକ୍ଷ୍ୟ ରଖିଛି।ଏହି ନୂତନ ଅଧିନିୟମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପ୍ରତି ଗ୍ରାମୀଣ ପରିବାରକୁ ବାର୍ଷିକ ୧୨୫ ଦିନର ମଜୁରୀ ଭିତ୍ତିକ ରୋଜଗାରର ଗ୍ୟାରେଣ୍ଟି ପ୍ରଦାନ କରିବା, ଯାହାକି ଆଧୁନିକ ଗ୍ରାମୀଣ ଶ୍ରମିକମାନଙ୍କ ବଦଳୁଥିବା ଆବଶ୍ୟକତାକୁ ପୂରଣ କରିବା ପାଇଁ ଏକ ବଡ଼ ପଦକ୍ଷେପ। ଗ୍ରାମୀଣ ପରିବାରଗୁଡ଼ିକ ଯେପରି ସମ୍ପୂର୍ଣ୍ଣ ନିଶ୍ଚିତତା ସହିତ ସେମାନଙ୍କର ଭବିଷ୍ୟତ ଯୋଜନା କରିପାରିବେ, ସେଥିପାଇଁ ଏହି ମିଶନରେ ଏକ ବାଧ୍ୟତାମୂଳକ । ଯାହା ମାଧ୍ୟମରେ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସଠିକ୍ ସମୟରେ ସିଧାସଳଖ ଡିଜିଟାଲ୍ ପେମେଣ୍ଟ କରାଯିବ। ସମ୍ମାନର ସହ ବଞ୍ଚିବାର ଅଧିକାରକୁ ସ୍ୱୀକୃତି ଦେଇ, ଯଦି ପ୍ରଶାସନ ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ଯୋଗାଇବାରେ ବିଫଳ ହୁଏ, ତେବେ ବେକାରୀ ଭତ୍ତା ପ୍ରଦାନ କରିବାକୁ ଏହି ବ୍ୟବସ୍ଥାରେ ବାଧ୍ୟତାମୂଳକ କରାଯାଇଛି।ଏହା ଏକ ଗୁରୁତ୍ୱପୂର୍ଣ୍ଣ “ନୋ ପଜ୍ ୱିଣ୍ଡୋ” (No Pause Window) ଆରମ୍ଭ କରିଛି – ଅର୍ଥାତ୍ ଗ୍ରାମୀଣ ଅର୍ଥନୈତିକ ଚକ୍ରକୁ ଦୃଷ୍ଟିରେ ରଖି ୬୦ ଦିନର ଏକ ସଚେତନ କାର୍ଯ୍ୟକ୍ଷମ ବିରତି (୧୫ ଜୁଲାଇରୁ ୧୫ ଅଗଷ୍ଟ – ବୁଣାବୁଣି ସମୟ ଏବଂ ୧୫ ନଭେମ୍ବରରୁ ୧୫ ଡିସେମ୍ବର – ଅମଳ ସମୟ) ନିର୍ଦ୍ଧାରଣ କରାଯାଇଛି। ଏହି ବ୍ୟବସ୍ଥା ସୁନିଶ୍ଚିତ କରେ ଯେ କୃଷିର ମୁଖ୍ୟ ସମୟରେ ସରକାରୀ କାର୍ଯ୍ୟ ଯୋଗୁଁ ଚାଷ କାମ ପାଇଁ ଶ୍ରମିକ ଅଭାବ ହେବେ ନାହିଁ, ଯାହା ଦ୍ୱାରା କୃଷି ବ୍ୟବସ୍ଥା ସୁରକ୍ଷିତ ରହିବା ସହ ବର୍ଷର ବାକି ସମୟରେ ନିରନ୍ତର ଉନ୍ନତିମୂଳକ କାର୍ଯ୍ୟ ସୃଷ୍ଟି କରାଯାଇପାରିବ।ସମନ୍ୱୟ ମାଧ୍ୟମରେ ସ୍ମାର୍ଟ ଭିତ୍ତିଭୂମି: ଏହି ପ୍ରକଳ୍ପଗୁଡ଼ିକୁ ଚାରୋଟି ପ୍ରମୁଖ କ୍ଷେତ୍ର ଅଧୀନରେ ୩୧୮ଟି ମାଷ୍ଟର କାଟେଗୋରୀରେ ବିଭକ୍ତ କରାଯାଇଛି: ଜଳ ସୁରକ୍ଷା (୧୦୭ ଟି ଶ୍ରେଣୀ) ପ୍ରମୁଖ ଗ୍ରାମୀଣ ଭିତ୍ତିଭୂମି (୯୦ ଟି ଶ୍ରେଣୀ) ଗ୍ରାମୀଣ ଜୀବିକା (୮୬ ଟି ଶ୍ରେଣୀ)ବିପର୍ଯ୍ୟୟ ପରିଚାଳନା (୩୫ ଟି ଶ୍ରେଣୀ)
ପାରମ୍ପରିକ କେନ୍ଦ୍ରୀଭୂତ ଯୋଜନା ଠାରୁ ଦୂରେଇ ଯାଇ, ଏହି ମିଶନ ‘ବିକଶିତ ଗ୍ରାମ ପଞ୍ଚାୟତ ଯୋଜନା’ ମାଧ୍ୟମରେ ସ୍ଥାନୀୟ ସରକାର ବା ପଞ୍ଚାୟତକୁ ସଶକ୍ତ କରୁଛି, ଯାହା ଦ୍ୱାରା ସ୍ଥାନୀୟ ଭିତ୍ତିଭୂମି ଏବଂ ଦୀର୍ଘକାଳୀନ ଜୀବିକା ସୃଷ୍ଟିର ସମନ୍ୱୟ ଘଟାଇ ତୃଣମୂଳ ସ୍ତରରୁ ବିକାଶ ପ୍ରକ୍ରିୟାକୁ ଆଗକୁ ନିଆଯାଇପାରିବ। ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ଏବଂ ଏଆଇ (AI) ଦ୍ୱାରା ପରିଚାଳିତ ଅଦ୍ଭୁତପୂର୍ବ ସ୍ୱଚ୍ଛତା ସୁନିଶ୍ଚିତ କରିବା ଏବଂ ଦୁର୍ନୀତିମୁକ୍ତ ବ୍ୟବସ୍ଥା ପାଇଁ, ବିକଶିତ ଭାରତ- ଗ୍ରାମୀଣ’ ଏକ ଆଧୁନିକ ତଥା ଉଚ୍ଚ-ପ୍ରଯୁକ୍ତିବିଦ୍ୟା ଭିତ୍ତିଭୂମି ଉପରେ ଗଠିତ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଦୟାମୟ ପାଢ଼ୀ,ସହକାରୀ କାର୍ଯ୍ୟ ନିର୍ବାହୀ ଅଧିକାରୀ ପୃଥ୍ଵୀରାଜ ମଣ୍ଡଳ, ଗୋଶାଣୀ ଜିଲ୍ଲା ପରିଷଦ ସଭ୍ୟ ବାଲ ରାଜୁ, ଗୋଶାଣୀ ବ୍ଳକ ଅଧ୍ୟକ୍ଷ ଏନ୍ ବୀରରାଜୁ ରାୟଗଡ ବ୍ଳକ ଅଧ୍ୟକ୍ଷ। ପୂର୍ଣ୍ଣବାସୀ ନାୟକ ପ୍ରମୁଖଙ୍କ ସମେତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ମଞ୍ଚାସୀନ ଥିଲେ । ଶ୍ରୀ ଦେବୀ ଅଧିକାରୀ କାର୍ଯ୍ୟକ୍ରମର ସଫଳ ପରିଚାଲନା ଦାୟିତ୍ୱ ନିର୍ବାହ କରିଥିଲେ। ଓ ସ୍ବାଗତ ଭାଷଣ ଅତିଥି ପରିଚୟ ପ୍ରଦାନ କରିବା ସହ ଯୋଜନା ଉପରେ ବୁଝାଇ ଥିଲେ ।