ନୂଆଦିଲ୍ଲୀ: ଇମ୍ରାନ୍ ଖାନ୍ଙ୍କୁ ଜେଲ୍ରେ ଭେଟିଲେ ଭଉଣୀ ଉଜମା । ରାୱଲପିଣ୍ଡିର ଆଦିଆଲା ଜେଲ୍ରେ ଭେଟିଲେ ଉଜମା । ଜେଲ୍ରେ ଭେଟିବା ପରେ ଇମ୍ରାନ୍ ସୁସ୍ଥ ଥିବା ସୂଚନା ଦେଲେ । ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ସୁସ୍ଥ ଥିବା କହିଲେ । ତେବେ ଇମ୍ରାନଙ୍କୁ ମାନସିକ ନିର୍ଯାତନା ଦିଆଯାଉଥିବା ଭଉଣୀଙ୍କ ଅଭିଯୋଗ ରହିଛି ।

ବର୍ତ୍ତମାନ ମିଳିଥିବା ଖବର ଅନୁସାରେ, ଇମ୍ରାନ ଖାନଙ୍କ ଭଉଣୀ ଉଜମା ଖାନ ଆଦିଆଲା ଜେଲରୁ ବାହାରକୁ ଆସିଛନ୍ତି । ବାହାରକୁ ଆସି ସେ କହିଛନ୍ତି ଯେ, ଜେଲ ଭିତରେ ଇମ୍ରାନ ଖାନଙ୍କ ସ୍ୱାସ୍ଥ୍ୟ ଅତ୍ୟନ୍ତ ଖରାପ ଅଛି ଏବଂ ତାଙ୍କୁ ଭିତରେ ନିର୍ଯାତନା ଦିଆଯାଉଛି। ଉଜମା ଖାନୁମଙ୍କୁ ତାଙ୍କ ଭାଇ ଇମ୍ରାନ ଖାନଙ୍କୁ ୨୦ ମିନିଟ୍ ପାଇଁ ଭେଟିବାକୁ ଅନୁମତି ଦିଆଯାଇଥିଲା। ସେ କହିଥିଲେ ଯେ, ଜେଲରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ଠିକ୍ ଥିବା ବେଳେ ତାଙ୍କୁ ମାନସିକ ନିର୍ଯାତନା ଦିଆଯାଉଛି। ସେ କହିଥିଲେ, “ଇମ୍ରାନ ଖାନ ବହୁତ କ୍ରୋଧିତ ଥିଲେ। ତାଙ୍କୁ ସାରା ଦିନ ଏକ କୋଠରୀରେ ବନ୍ଦ କରି ରଖାଯାଏ। ତାଙ୍କର କାହା ସହିତ କୌଣସି ଯୋଗାଯୋଗ ନାହିଁ।” ଯେତେବେଳେ ଉଜମା ତାଙ୍କ ଭାଇଙ୍କୁ ଭେଟିବା ପାଇଁ ଜେଲ ଭିତରକୁ ଯାଇଥିଲେ, ତାଙ୍କ ସହିତ ଜେଲ ବାହାରେ ଏକାଠି ହୋଇଥିବା ଅନେକ ପିଟିଆଇ ସମର୍ଥକ ମଧ୍ୟ ଥିଲେ।