ଭୁବନେଶ୍ଵର: ରାସନ କାର୍ଡକୁ ନେଇ ଆସିଲା ବଡ଼ ଅପଡେଟ୍ । ସରିଛି ୯୬ ପ୍ରତିଶତ e-KYC । ୮ ଲକ୍ଷରୁ ଊର୍ଦ୍ଧ୍ବଙ୍କ ରାସନ କାର୍ଡ କଟିଛି । ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ଗତ ୧୫ ମାସ ସରକାରରେ e-KYC ଲାଗୁ କରିଥିଲେ । ୯୬% e-KYC କରିଛନ୍ତି, କେବଳ ୪% e-KYC କରି ନାହାନ୍ତି ବୋଲି କହିଛନ୍ତି ମନ୍ତ୍ରୀ ।

ମନ୍ତ୍ରୀ ଆହୁରି କହିଛନ୍ତି, ୬ ଲକ୍ଷ ୯୫ ହଜାର ୫୩୦ ଜଣ ମୃତ । ୮ ଲକ୍ଷରୁ ଊର୍ଦ୍ଧ୍ବଙ୍କ ରାସନ କାର୍ଡ କଟିଛି । ୭୫ ହଜାର ୩୦ ସରକାରୀ ଚାକିରିଆ, ୪୫୪୯୬ ଆଇଟି ଦାତାଙ୍କ କାର୍ଡ କଟିଛି । ସମୁଦାୟ ୮ ଲକ୍ଷ ୧୬ ହଜାର ୫୬ ଜଣଙ୍କ ରାସନ କାର୍ଡ କଟିଛି । ଗରିବଙ୍କ ରାସନ କାର୍ଡ କାଟିନି, ପୋର୍ଟାଲରେ ଆବେଦନ କଲେ ଯାଞ୍ଚ ହେବ । ଗ୍ରାମାଞ୍ଚଳରେ ୧୩ ଲକ୍ଷ ୫୦, ସହରାଞ୍ଚଳରେ ୧ ଲକ୍ଷ ୫୦ ଜଣଙ୍କୁ କାର୍ଡ ଦିଆଯିବ ବୋଲି କହିଛନ୍ତି ମନ୍ତ୍ରୀ ।