ଭୁବନେଶ୍ଵର: ଅନିୟମିତ ପାର୍କିଂ ରୋକିବାକୁ କମିଶନରେଟ୍ ପୋଲିସର ପଦକ୍ଷେପ । ପ୍ରମୁଖ ରାସ୍ତାରେ ଅନିୟମିତ ପାର୍କିଂ ଯୋଗୁଁ ଯାତାୟାତରେ ସମସ୍ୟା ହେଉଛି । ଓଡ଼ିଶା ଅର୍ବାନ ପୋଲିସ (OUP) ଆଇନ ଅନୁଯାୟୀ କଟକଣା ଜାରି । ରାଜମହଲରୁ ଜୟଦେବ ବିହାର ଦେଇ କଳାରାହାଙ୍ଗ ପର୍ଯ୍ୟନ୍ତ ପାର୍କିଂ ମନା । ଏୟାରପୋର୍ଟରୁ ଆଚାର୍ଯ୍ୟ ବିହାର ଛକ ଦେଇ ନାଲ୍କୋ ଛକ ପର୍ଯ୍ୟନ୍ତ ମନା । ଶିଶୁଭବନ ଛକରୁ ରାଜମହଲ, ମାଷ୍ଟର କ୍ୟାଣ୍ଟିନ ଦେଇ ବାଣୀବିହାର ।

ସେହିପରି ରସୁଲଗଡ଼ରୁ ଜୟଦେବ ବିହାର, ଶ୍ରୀୟାରୁ ପିଏଚ୍ଡି ଅଫିସ୍ ପର୍ଯ୍ୟନ୍ତ ମନା । ଗୋପବନ୍ଧୁ ଛକ ଠାରୁ କଳ୍ପନା, କଳାରାହାଙ୍ଗ ଛକଠୁ ନନ୍ଦନକାନନ । ସିଆର୍ପି ଠାରୁ ୟୁନିଟ୍-୮ ଡିଏଭି ସ୍କୁଲ, ଫାୟାର ଷ୍ଟେସନରୁ ସିଟି କଲେଜ । ଖଣ୍ଡଗିରିଠାରୁ ପୋଖରୀପୁଟ, ଡମଣା ଛକରୁ ଶୈଳଶ୍ରୀ ବିହାର ପର୍ଯ୍ୟନ୍ତ ମନା । ଜାଭିୟର ଛକ ଠାରୁ ଉତ୍କଳ ହସ୍ପିଟାଲ ଦେଇ ସାଇ ମନ୍ଦିର ଛକ ପର୍ଯ୍ୟନ୍ତ ମନା ।