ଇଣ୍ଡିଆନ ରୋଡ୍ସ କଂଗ୍ରେସ ଅଧିବେଶନରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ

ଭୁବନେଶ୍ଵର: ଇଣ୍ଡିଆନ ରୋଡ୍ସ କଂଗ୍ରେସ ଅଧିବେଶନରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ । ୨୦୧୪ ପରେ ସଡ଼କ ନିର୍ମାଣ କ୍ଷେତ୍ରରେ ଅଧିକ ବିକାଶ ହୋଇଛି । ୧୧ ବର୍ଷରେ ୬୦ ପ୍ରତିଶତ ସଡ଼କ ନିର୍ମାଣ ହୋଇଛି । ଗଡ଼କରୀଙ୍କ ଭିଜନ୍ ପାଇଁ ଆଜି ଦେଶର ସଡ଼କପଥ ବିକଶିତ ହୋଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ସେ ଆହୁରି କହିଛନ୍ତି, ଓଡ଼ିଶାକୁ ବିକଶିତ କରିବାକୁ ଭିଜନ୍ ରଖାଯାଇଛି । ୨୦୨୯ ସୁଦ୍ଧା ୧ ହଜାର କିମି ରାସ୍ତା କରିବାକୁ ରାଜ୍ୟ ସରକାରଙ୍କ ଲକ୍ଷ୍ୟ । ପୋର୍ଟ, ରାସ୍ତା ଓ ରେଳପଥର ବିକାଶକୁ ଗୁରୁତ୍ୱ ଦିଆଯାଉଛି । ୨୦୧୪-୨୪ ମଧ୍ୟରେ ସଡ଼କ ପଥର ବିକାଶ ପାଇଁ ୧୦ହଜାର କୋଟି ମିଳିଛି । ଓଡ଼ିଶାକୁ ସ୍ବତନ୍ତ୍ର ଦୃଷ୍ଟି ଦେଲେ ଆମ ଭିଜନ୍‌ ପୂରଣ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ତେବେ ଆୟୋଜିତ ଇଣ୍ଡିଆ ରୋଡ୍ କଂଗ୍ରେସ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ପୂର୍ତ୍ତମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଏହା ପୂର୍ବରୁ ଭାରତୀୟ ରୋଡ କଂଗ୍ରେସର ୮୪ ତମ ଅଧିବେଶନ ଅବସରରେ ଯୋଗଦେବା ପାଇଁ କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନିତିନ ଜୟରାମ ଗଡକରି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ।