ଦୁର୍ନୀତି ନିବାରଣ ସଚେତନତା ସପ୍ତାହ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କ୍ଷୋଭ ପ୍ରକାଶ କରିଛନ୍ତି। ଦୁର୍ନୀତିରେ ଅଧିକ ଯୁବ ଅଧିକାରୀଙ୍କ ସଂପୃକ୍ତି ନେଇ ସେ କହିଛନ୍ତି, ସରକାରୀ ଅଧିକାରୀ ହୋଇ ଲୋକଙ୍କ ସେବା କରିବେ ସ୍ୱପ୍ନ ଦେଖିଥିଲେ, ସ୍ୱଚ୍ଛ ସେବା ଦେବେ ବୋଲି କହୁଥିଲେ, କିନ୍ତୁ ତାହା କମ ପ୍ରତିଫଳିତ ହେଉଛି। ଦିନେ IAS, OAS ପରୀକ୍ଷାରେ ରାଙ୍କ ରଖି ଖବରକାଗଜରେ ପ୍ରଶଂସିତ ହେଉଥିଲେ । ଏବେ ସେହି ଖବରକାଗଜରେ ଦୁର୍ନୀତି କରି ଜେଲ ଯିବାର ଖବର ଆସୁଛି । କେବଳ କିଛି ଟଙ୍କା ପାଇଁ ନିଜ ଆଦର୍ଶ ଆଉ ବିଚାରଧାରାକୁ ବିକି ଦେଉଛନ୍ତି । ତେବେ ସମସ୍ତ ଦୁର୍ନୀତିକାରୀ ଅଧିକାରୀ ସାବଧାନ ହୋଇଯାଆନ୍ତୁ । ଦୁର୍ନୀତିରେ ସମ୍ପୃକ୍ତି ଥିଲେ ସେମାନଙ୍କୁ ଭିଜିଲାନ୍ସ କ୍ଷମା ଦେବନି, କି ଛାଡ଼ିବନି ।
