ନୂଆଦିଲ୍ଲୀ: କେରଳରେ ରାଷ୍ଟ୍ରପତି ଦୌପଦି ମୁର୍ମୁଙ୍କ ଚପର୍ ଲ୍ୟାଣ୍ଡିଂ ବେଳେ ଅଘଟଣ । ଧସିଲା ପ୍ରମାଦମରେ ନବ ନିର୍ମିତ କଂକ୍ରିଟ୍ ହେଲିପ୍ୟାଡ୍ । ଲ୍ୟାଣ୍ଡିଂ ବେଳେ ହେଲିପ୍ୟାଡ୍ରେ ଫସିଲା ଚପର୍ ଚକ । କଂକ୍ରିଟ୍ ଭିତରୁ ଚପର୍କୁ ବାହାର କଲେ ପୋଲିସ ଓ ଅଗ୍ନିଶମ ଟିମ୍ ।

ତେବେ କେରଳ ଗସ୍ତରେ ଅଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତିଙ୍କ ଚପର୍ ଲ୍ୟାଣ୍ଡିଂ ବେଳେ ଅଘଟଣ ଘଟିଥିବାର ଖବର ସାମ୍ନାକୁ ଆସିଛି । ଚପର୍ ଅବତରଣ କରିବା ପରେ ଅସ୍ଥାୟୀ ହେଲିପ୍ୟାଡରେ ଫସିଗଲା ହେଲିକପ୍ଟର। ପ୍ରମାଦମରେ ନବ ନିର୍ମିତ କଂକ୍ରିଟ୍ ହେଲିପ୍ୟାଡ୍ ଧସିବା ଫଳରେ ଏହି ଅଘଟଣ ଘଟିଛି । କଂକ୍ରିଟ୍ ଭିତରୁ ଚପର୍କୁ ବାହାର କଲେ ପୋଲିସ ଓ ଅଗ୍ନିଶମ ଟିମ୍ ।