ବ୍ରହ୍ମପୁର: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲା । ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଉଠାଇ ନେଲା ପୋଲିସ । ବିଳମ୍ବିତ ରାତିରେ ବିକ୍ରମ ପଣ୍ଡାଙ୍କୁ ଉଠାଇ ନେଇ ଜେରା କରୁଛି ପୋଲିସ । ଅଜ୍ଞାତ ସ୍ଥାନରେ ରଖି ପଚରାଉଚରା କରୁଥିବା ନେଇ ସୂଚନା ମିଳିଛି । ସାର୍ପସୁଟର୍ ସହ ଜଣେ ଛାତ୍ରନେତା ବି ଅଟକ ଥିବା ନେଇ ସୂଚନା ମିଳିଛି ।

ସୂଚନା ଅନୁସାରେ, ଗତକାଲି ରାତିରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ପୋଲିସର ଏକ ସ୍ୱତନ୍ତ୍ର ଟିମ ଆସି ଡାକି ନେଇଥିବା ସୂଚନା ମିଳିଛି । ବିଳମ୍ବିତ ରାତି ଯାଏଁ ତାଙ୍କୁ ଜେରା କରାଯାଇଛି । ଏହି ମାମଲାରେ ପୂର୍ବରୁ ଜଣେ କର୍ପୋରେଟର ଓ ବରିଷ୍ଠ ନେତାଙ୍କୁ ପୋଲିସ ଅଟକ ରଖିଥିବା ବେଳେ ଏହି ହାଇପ୍ରୋଫାଇଲ ହତ୍ୟାକାଣ୍ଡର ରହସ୍ୟ ଭେଦି ପାରିନି ପୋଲିସ । ରାଜନେତାଙ୍କଠାରୁ ଆରମ୍ଭ କରି ସେମାନଙ୍କ ସମର୍ଥକ, ଛାତ୍ରନେତା, କର୍ପୋରେଟର୍, ଅପରାଧୀଙ୍କୁ ଉଠାଇ ଆଣି ମାରାଥନ୍ ଜେରା ମଧ୍ୟ ହୋଇଛି । ୧୫ ଦିନର ଅନୁସନ୍ଧାନ ଓ ଜେରା ଭିତରେ ପୋଲିସ ତଦନ୍ତ ଅନ୍ତିମ ପର୍ଯ୍ୟାୟରେ । ଶେଷ ଲିଙ୍କ୍ରେ ତଦନ୍ତ । ଆଉ ମାତ୍ର ଦିନେ କି ଦୁଇ ଦିନର ସମୟ । ଏହା ଭିତରେ ମାମଲାର ପର୍ଦ୍ଦାଫାସ୍ ହେବ ବୋଲି କହିଛନ୍ତି ପୋଲିସ ଆଇଜି ନିତିଶେଖର ।