ନୂଆଦିଲ୍ଲୀ: ସାନାଏ ଟାକାଇଚି ହେଲେ ଜାପାନର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ। ଜାପାନ ସଂସଦରେ ପ୍ରଧାନମନ୍ତ୍ରୀ ଭାବେ ସାନାଏ ନିର୍ବାଚିତ। ଲିବେରାଲ୍ ଡେମୋକ୍ରାଟିକ୍ ପାର୍ଟି (LDP)ର ନେତ୍ରୀ ସାନାଏ । ଆଜି ଜାପାନର ସଂସଦ ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଭାବରେ ଅତି ରକ୍ଷଣଶୀଳ ସାନାଏ ତାକାଇଚିଙ୍କୁ ନିର୍ବାଚିତ କରିଛି । ଲିବରାଲ ଡେମୋକ୍ରାଟିକ୍ ପାର୍ଟିର ମୁଖ୍ୟ ୬୪ ବର୍ଷୀୟ ତାକାଇଚି ଶିଗେରୁ ଇଶିବାଙ୍କ ସ୍ଥାନ ନେବେ ସାନାଏ । ତେବେ କହିରଖୁଛୁ ଯେ, ଶିଗେରୁ ଇଶିବା ଦୁଇଟି ନିର୍ବାଚନ ପରାଜୟ ପରେ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ ।
ଚୀନ୍ କଠୋର ସମାଲୋଚକ ଭାବରେ ସାନାଏ ତାକାଇଚିଙ୍କୁ ମଧ୍ୟ ଜଣାଯାଏ। LDP ଅଧ୍ୟକ୍ଷ ନିର୍ବାଚନରେ ବିଜୟୀ ହୋଇଛନ୍ତି ୬୪ ବର୍ଷୀୟ ସାନାଏ । ଶାସକ ଦଳର ଅଧ୍ୟକ୍ଷ ପାଇଁ ହୋଇଥିବା ନିର୍ବାଚନରେ ସାନାଏ ତାକାଇଚି ପରିବେଶ ମନ୍ତ୍ରୀ ସିଞ୍ଜିରୋ କୋଇଜୁମିଙ୍କୁ ପରାସ୍ତ କରିଛନ୍ତି। ସିଞ୍ଜିରୋ ହେଉଛନ୍ତି ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଜୁନିଚିରୋ କୋଇଜୁମିଙ୍କ ପୁଅ । କୋଇଜୁମିଙ୍କୁ ଜାପାନର ସବୁଠାରୁ ଉଦାରବାଦୀ ନେତାଙ୍କ ମଧ୍ୟରୁ ଜଣେ ବୋଲି ବିବେଚନା କରାଯାଏ। ତାକାଇଚି ପୂର୍ବରୁ ଜାପାନର ରାଜନୈତିକ ବ୍ୟବସ୍ଥାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ସେ ଦେଶର ରାଜନୀତିରେ ଜଣେ ରକ୍ଷଣଶୀଳ ଜାତୀୟତାବାଦୀ ନେତ୍ରୀ ଭାବରେ ମଧ୍ୟ ପରିଚିତ। ସେ ଏବେ LDP ର ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଶିଗେରୁ ଇଶିବାଙ୍କ ସ୍ଥାନ ନେଇଛନ୍ତି ।