ଭୁବନେଶ୍ଵର:- ଆସନ୍ତା ୩ ତାରିଖ ଦିନ ଭସାଣି ନିମନ୍ତେ ଟ୍ରାଫିକ ଆଡଭାଇଜାରି ଜାରି କଲା କମିସନରେଟ୍ ପୋଲିସର । ଭୁବନେଶ୍ଵର ସହରରେ ୪ଟି ରାସ୍ତାରେ ୪ଟି ଭସାଣି କମିଟିର ଭସାଣି ଉତ୍ସବ ପାଳନ କରାଯିବ । ଭୁବନେଶ୍ଵର ଭସାଣି ଉତ୍ସବ କମିଟି- ସହିଦ ନଗର, ରାଜଧାନୀ ମନ୍ଦିର ସୁରକ୍ଷା ଭସାଣି କମିଟି- ନୟାପଲ୍ଲୀ, ଉତ୍ତର ଭୁବନେଶ୍ଵର ଭସାଣି କମିଟି- ଚନ୍ଦ୍ରଶେଖରପୁର ଏବଂ ଓଲ୍ଡ ଟାଉନ୍ ଭସାଣି କମିଟି । ଏହି ଭସାଣି ସମୟରେ ଯାନବାହାନ ଗୁଡ଼ିକର ଚଳାଚଳକୁ କିଛି ନିର୍ଦ୍ଦିଷ୍ଟ ସ୍ଥାନରେ ବାରଣ କରାଯାଇଛି । ୩ ତାରିଖ ଅପରାହ୍ନ ୨ ଘଟିକା ଠାରୁ ରାତି ୧ ଘଟିକା ପର୍ଯ୍ୟନ୍ତ ଏହି କଟକଣା ଲାଗୁ ରହିବ ।
ସହୀଦ ନଗର ଭସାଣି ପାଇଁ ରାଜମହଲ ରୁ ମାଷ୍ଟରକ୍ୟାଣ୍ଟିନ ଦେଇ ବାଣିବିହାର ପର୍ଯ୍ୟନ୍ତ କୋଣସି ଯାନବାହାନ ଚଳାଚଳ କରିବ ନାହିଁ । ସେହିପରି ନୟାପଲ୍ଲୀ ପାଇଁ ସିଆରପି ଠାରୁ ଡିଏଭି ପର୍ଯ୍ୟନ୍ତ ପରେ ଗୋପବନ୍ଧୁ ଛକ ଦେଇ ଶିରିପୁର ପର୍ଯ୍ୟନ୍ତ କଟକଣା ରହିବ । ଚନ୍ଦ୍ରଶେଖରପୁର ପାଇଁ ନନ୍ଦନକାନନ ଠାରୁ ଜୟଦେବ ବିହାର ପର୍ଯ୍ୟନ୍ତ ଗାଡି ଚଳାଚଳ କଟକଣା ରହିବ । ଏଥିପାଇଁ ପାର୍ଶ୍ଵ ରୋଡ ଦେଇ ଯାତାୟତ କରିବେ ସହରବାସୀ । ଏନେଇ ଖୋର୍ଦ୍ଧା ପଟୁ ଆସୁଥିବା ସମସ୍ତ ଭାରୀଯାନଗୁଡ଼ିକ ସର୍ଭିସ ରୋଡରେ ଯିବାକୁ ଅନୁମତି ଦିଆଯିବନାହିଁ । କେବଳ NH ରେ ଯାଇପାରିବ ଗାଡି । ମୁର୍ତ୍ତି ବିସର୍ଜନ ପାଇଁ ୭ଟି ସ୍ଥାନ ନିରୁପଣ କରାଯାଇଛି । ଏନେଇ ବିଏମସି ପକ୍ଷରୁ ସବୁ ପୁଜା କମିଟିମାନଙ୍କୁ ଅବଗତ କରାଯାଇଛି । ସେହିପରି ଭୁବନେଶ୍ୱର ୭ଟି ସ୍ଥାନରେ ହେବ ରାବଣ ପୋଡି।