ମିଳବନି ମାଗଣା ଚାଉଳ

ଆଜି ସେପ୍ଟେମ୍ବର ୩୦ ତାରିଖ । ଅର୍ଥାତ୍ E-KYCର କରିବାର ଶେଷ ତାରିଖ । ଆଜି ଭିତରେ E-KYC ନକରିଲେ, ହିତାଧିକାରୀଙ୍କୁ ମିଳବନି ମାଗଣା ଚାଉଳ । ବାରମ୍ବାର ଡେଡଲାଇନ୍ ପରିବର୍ତ୍ତନ ପରେ ବି ଏବେ ସୁଦ୍ଧା ୧୬ ଲକ୍ଷ ୩୬ ହଜାର ହିତାଧିକାରୀ ଇ-କେୱାଇସି କରିନାହାନ୍ତି । ଏପଟେ ଆଉ ଡେଡଲାଇନ୍ ଅବଧି ବଢାଯିବନି ବୋଲି ମନ୍ତ୍ରୀ କହିଛନ୍ତି । ସେପଟେ E-KYC କରିବାରେ ଅନେକ ସମସ୍ୟା ହେଉଥିବା ଡିଲର୍ ଆସୋସିଏସନ୍ ଅଭିଯୋଗ ଆଣିଛି ।


ରାଜ୍ୟରେ ଜୁନ ୩୦ରୁ ଇ- କେୱାଇସି ପ୍ରକ୍ରିୟାକୁ ଶେଷ କରିଛନ୍ତି ସରକାର । ଯେଉଁମାନେ ଇ- କେୱାଇସି କରି ନାହାନ୍ତି , ସେମାନଙ୍କ ରାସନ ସାମଗ୍ରୀ ବନ୍ଦ ହୋଇଯାଇଛି । ଯେଉଁମାନେ ଆଜି ସୁଦ୍ଧା ଇ- କେୱାଇସି କରିବେ, ସେମାନ ପୁଣି ଥରେ ରାସନ ପାଇବେ ବୋଲି ଘୋଷଣା କରିଥିଲେ ସରକାର । ଆଉ ଏବେ ଏହି ପ୍ରକ୍ରିୟା ମଧ୍ୟ ଶେଷ ହେବାକୁ ଯାଉଛି ।