ବିଜେପି ସରକାରର ୨ବର୍ଷ ପୂର୍ତ୍ତି ଅବସରରେ ଧର୍ମଶାଳା ନିର୍ବାଚନ ମଣ୍ଡଳୀ ୧୫ ନମ୍ୱର ଜୋନ ପକ୍ଷରୁ ସାମ୍ୱାଦିକ ସମ୍ମିଳନୀ                              

ବିଜେପି ସରକାରକୁ ୨ ବର୍ଷ ପୁରିଛି । ଏହି ୨ ବର୍ଷରେ ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନମଣ୍ଡଳୀ ଅନେକ ବିକାଶର ଶିଖର ଛୁଇଁ ପାରିଛି । ବିଶେଷ କରି ଏହି ନିର୍ବାଚନ ମଣ୍ଡଳୀ ୧୫ ଜୋନ   ବଡ଼ଚଣା ଓ ବରୀ ନିର୍ବାଚନ ମଣ୍ଡଳୀର ସୀମାବର୍ତ୍ତୀ ଅଞ୍ଚଳ । ଏବଂ ଏହି ନିର୍ବାଚନ ମଣ୍ଡଳୀ ୮ ଗୋଟି ପଞ୍ଚାୟତକୁ ନେଇ ଗଠିତ । ବିଶେଷ କରି ଏହି ନିର୍ବାଚନ ମଣ୍ଡଳୀ ବନ୍ୟା ଅଞ୍ଚଳ ଭାବେ ପରିଚିତି । ପୂର୍ବ ସରକାର ୨୪ ବର୍ଷ ରେ ଏହି ବନ୍ୟା ଅଞ୍ଚଳକୁ ସମ୍ପୂର୍ଣ୍ଣ ଅଣ ଦେଖା କରିଛନ୍ତି । ତେବେ ବିଜେପି ସରକାର ଶାସନକୁ ଆସିବା ପରେ ଏଠାରେ ବିକାଶ ଶିଖର ଛୁଇଁ ପାରିଛି । ବିଶେଷ କରି ଶିକ୍ଷା କ୍ଷେତ୍ରରେ ଅନ୍ୟ ନିର୍ଵାଚନ ମଣ୍ଡଳ ପାଇଁ ଉଦାହରଣ ପାଲଟିଛି ।

ଏହା କେବଳ ସମ୍ଭବ ହୋଇପାରିଛି ବିଧାୟକ ହିମାଂଶୁ ଶେଖର ସାହୁଙ୍କ ବଳିଷ୍ଠ ପ୍ରମାଣ। ବନ୍ଦ ହୋଇ ପଡ଼ିଥିବା ପ୍ରାଥମିକ ବିଦ୍ୟାଳୟ କୁ ପୂର୍ଣ୍ଣ ଭାବେ ଖୋଲା ଯାଇଛି ବୋଲି ଆଜି ଧର୍ମଶାଳା ବ୍ଲକ କୋତପୁର ମଣ୍ଡଳ  ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ୧୫ ନମ୍ୱର ଜୋନ ସଭାପତି ପ୍ରଶାନ୍ତ ନାୟକ ସୂଚନା ଦେଇଛନ୍ତି । ବର୍ତ୍ତମାନ ୮ଗୋଟି ପଞ୍ଚାୟତରେ ପାଖାପାଖି ୫୦ କୋଟିରୁ ଊର୍ଦ୍ଧ୍ବ ଅଟକଳରେ ବିକାଶ ମୂଳକ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ କାମ ଚାଲିଛି । ଏହାର ସମସ୍ତ ଶ୍ରେୟ ଧର୍ମଶାଳାର ଲୋକ ପ୍ରିୟ ବିଧାୟକ ହିମାଂଶୁ ଶେଖର ସାହୁ ଙ୍କୁ  ୧୫ ନ ଜୋନ ପକ୍ଷରୁ କୃତଜ୍ଞତା ଜଣାଇଛନ୍ତି ।