କଟକ: ଐତିହାସିକ ବାଲିଯାତ୍ରା ପାଇଁ ଆସନ୍ତାକଲିଠୁ ଆରମ୍ଭ ହେବ ପ୍ଲଟ୍ ରେଜିଷ୍ଟ୍ରେସନ ପ୍ରକ୍ରିୟା । କାଲିଠାରୁ ଅକ୍ଟୋବର ୯ ମଧ୍ୟରେ ୧୦୦ ଟଙ୍କାରେ ମିଳିବ ଆବେଦନପତ୍ର । ବାରବାଟୀ ପ୍ୟାଲେସ୍ରୁ ସଂଗ୍ରହ ଓ ଦାଖଲ କରିପାରିବେ ଆବେଦନପତ୍ର । ଜଣେ ବ୍ୟକ୍ତି/ଅନୁଷ୍ଠାନ ସର୍ବାଧିକ ୩ଟି ପ୍ଲଟ୍ ପାଇଁ ଆବେଦନ କରିପାରିବେ । ପ୍ଲଟ ପିଛା ପ୍ରାରମ୍ଭିକ ପଞ୍ଜୀକରଣ ରାଶି ୫ ହଜାର ଟଙ୍କା ରହିବ । ଗୋଟିଏ ପ୍ଲଟ୍ ପାଇଁ ଏକାଧିକ ଆବେଦନ ଥିଲେ ନିଲାମ ହେବ । ତେବେ ଚଳୀତ ବର୍ଷ କେବଳ ତଳ ପଡ଼ିଆରେ କଟକ ବାଲିଯାତ୍ରା ହେବ । ଏନେଇ ସୂଚନା ଦେଇଛନ୍ତି ଏଡିଏମ୍ । ଉପର ପଡ଼ିଆରେ ବାଲିଯାତ୍ରା ଆୟୋଜନ ହେବନି କହିଲେ ଏଡିଏମ୍ -ବାଲିଯାତ୍ରା ସମ୍ପର୍କିତ ପ୍ରେସ୍ମିଟ୍ରେ ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରିଛନ୍ତି ଏଡିଏମ୍ ।
