କୁମାର ଗୁଡା ଗାଁରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ

କଳାହାଣ୍ଡି:- ପଶ୍ଚିମ ଓଡ଼ିଶାର କୃଷିଭିତିକ ଗଣପର୍ବ ନୂଆଁଖାଇ ଧୁମ୍ ଧାମରେ ପାଳନ କରୁଥିବା ବେଳେ ନୂଆଁଖାଇର କିଛି ଦିନ ପରେ ଆରମ୍ଭ ହୋଇଯାଏ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ। ସାନରୁ ବଡ ସମସ୍ତେ ସାମିଲ ହୋଇ ନିଜ ମାଟିର ପରମ୍ପରା ଓ ସଂସ୍କୃତିକୁ ନେଇ ଖୁସି ମନାନ୍ତି । ଏହି ଅବସରରେ ରବିବାର କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଲାଖବାହାଲି ପଞ୍ଚାୟତ ସ୍ଥିତ କୁମାର ଗୁଡା ଗାଁରେ ସଂଯୋଗ ଚ୍ୟାରିଟେବୁଲ ଟ୍ରଷ୍ଟ ପକ୍ଷରୁ ନୂଆଁଖାଇ ଭେଟଘାଟ ଉପଲକ୍ଷେ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ସଂଯୋଗ ଚାରିଟେବୁଲ ଟ୍ରଷ୍ଟ ଅଧ୍ୟକ୍ଷ ଅମର ଲାଲସିଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସନାତନ ଧର୍ମ ହରିନାମ ପ୍ରଚାର ପ୍ରସାର କମିଟି ରାଜ୍ୟ ସଭାପତି ଜିତେନ୍ଦ୍ର କୁମାର ତ୍ରିପାଠୀ ଯୋଗଦେଇ ଥିବା ବେଳେ ମୁଖ୍ୟବକ୍ତା ଭାବେ ଚିତ୍ତରଞ୍ଜନ ନନ୍ଦ ଯୋଗଦେଇ ଥିଲେ । ସମ୍ମାନିତ ଅତିଥି ଭାବେ ବେନଗାଁ ସରପଞ୍ଚ ପୁରାଣା ମାଝୀ, ରୁଦ୍ର ପ୍ରସାଦ ସାହୁ, ଜଗଦିଶ ରାଣା, କୁମୁଦକାନ୍ତ ମାଝୀ, ଧର୍ମାନନ୍ଦ ଭାଟି, ସୁଧାଂଶୁ ଗହୀର, ନରେନ୍ଦ୍ର ବେହେରା, ରାମତୁ ମାଝୀ, ଶିବରାମ ନାଏକ, ରାମଚନ୍ଦ୍ର ମୁଣ୍ଡଛିନା ସାମ୍ବାଦିକ ତୁଳସୀରାମ ପ୍ରଧାନୀ, ଦିଲ୍ଲୀପ ନାଏକ, ସୁଶାନ୍ତ ମାଝୀ, ସାଗର ବେନାଲ, ମନୋଜ ଦୋରା, ଦେବାନନ୍ଦ ମାଝୀ ପ୍ରମୁଖ ଯୋଗଦେଇ ଥିଲେ ।
ନୂଆଁଖାଇ ଉପଲକ୍ଷେ ଅନୁଷ୍ଠିତ ହୋଇଥିବା ନୃତ୍ୟ ପ୍ରତିଯୋଗିତାରେ କୃତି ପ୍ରତିଭାକୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମକୁ ରମେଶ ନାଏକ ପରିଚାଳନା କରିଥିବା ବେଳେ ଏଥିରେ ବୁଢ଼ାରଜା ଯୁବକ ସଂଘର ସଦସ୍ୟ ଈଶ୍ୱର ବାଗ, ହରିଶ ସାହୁ, ଗିରଧାରୀ ଲାଲସି, ପିଣ୍ଟୁ ଲାଲସି, ସୁଦାମା ନାଏକ, ରାଜେଶ ନାଏକ ସମେତ ବୁଢ଼ାରଜା ୟୁଥ କ୍ଳବର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।