ନର୍ସିଂ ଛାତ୍ରୀ ମୃତ୍ୟୁ ମାମଲା: ଆଜି ୧୨ ଘଣ୍ଟିଆ ରାଇଘର ବନ୍ଦ

ଭୁବନେଶ୍ଵର: ନର୍ସିଂ ଛାତ୍ରୀ ମୃତ୍ୟୁ ମାମଲାରେ ଆଜି ୧୨ ଘଣ୍ଟିଆ ରାଇଘର ବନ୍ଦ ଡାକରା ଦେଇଛି ବିଜେଡି । ଫଳରେ ଜରୁରୀକାଳୀନ ସେବା ବ୍ୟତୀତ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନ, ଦୋକାନ, ବଜାର, ସ୍କୁଲ୍‌ କଲେଜ୍‌, ଯାନବାହନ ସମ୍ପୂର୍ଣ୍ଣ ବନ୍ଦ ରହିବ। ରାଇଘର ନର୍ସିଂ ପୀଡ଼ିତାକୁ ୧କୋଟି ଟଙ୍କା କ୍ଷତିପୂରଣ ଦାବି କରିଛି ବିଜେଡି । ଯେତେ ଦିନ ପର୍ଯ୍ୟନ୍ତ ନାରୀ, ଛାତ୍ରୀ, ନାବାଳିକା ସୁରକ୍ଷିତ ହେବେ ନାହିଁ, ବିଜେଡି ସେମାନଙ୍କୁ ସୁରକ୍ଷା ଦେବା ପାଇଁ ସାରା ରାଜ୍ୟରେ ଆନ୍ଦୋଳନକୁ ବ୍ୟାପକ କରିବ । ବନ୍ଦକୁ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ରାଇଘରବାସୀଙ୍କୁ ବିଜେଡି ତରଫରୁ ଅନୁରୋଧ କରାଯାଇଛି। ତେବେ ରାଇଘର ଡୁମରିମୁଣ୍ଡା ନର୍ସିଂ ଛାତ୍ରୀର ମୃତ୍ୟୁ ମାମଲାକୁ ବିଜୁ ଜନତା ଦଳ (ବିଜେଡି) ତୀବ୍ର ନିନ୍ଦା କରିଛି। ରାଜ୍ୟ ସରକାର ଓଡ଼ିଶାରେ ନାରୀକୁ ସୁରକ୍ଷା ଦେବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି ହୋଇଛି ବୋଲି କହିଛି ବିଜେଡି। ସରକାରୀ ଏବଂ ବେସରକାରୀ ଅନୁଷ୍ଠାନ, ଦୋକାନ, ବଜାର, ସ୍କୁଲ୍‌ କଲେଜ୍‌, ଯାନବାହନ ସମ୍ପୂର୍ଣ୍ଣ ବନ୍ଦ ରହିବ। ଜରୁରୀକାଳୀନ ସେବା ଯେପରିକି ‘ଅଗ୍ନିଶମ ସେବା, ଆମ୍ବୁଲାନ୍ସ୍‌ ସେବା ବନ୍ଦ ହେବ ନାହିଁ।

ସୂଚନାଯୋଗ୍ୟ, ଛାତ୍ରୀ ଜଣକ ଗତମାସ ୧୩ ତାରିଖ ଦିନ ବଜାରକୁ ସଉଦା କିଣିବାକୁ ଯାଇଥିଲେ। ଏହି ସମୟରେ ଏକତରଫା ଭଲ ପାଉଥିବା ଅଭିଯୁକ୍ତ ସତ୍ୟଜିତ ସରକାର ସେଠାରେ ପହଞ୍ଚି ପୀଡ଼ିତାଙ୍କୁ ରାଜରାସ୍ତାରେ ମାରପିଟ କରିଥିଲାl ଆକ୍ରମଣର ଶିକାର ପୀଡ଼ିତାଙ୍କ ଆଖି ଓ ମୁହଁ ଫୁଲି ଯାଇଥିଲା। ରକ୍ତାକ୍ତ ଅବସ୍ଥାରେ ସେ ଥାନାରେ ପହଞ୍ଚି ଅଭିଯୋଗ କରିଥିଲେl ପୁଲିସ ସତ୍ୟଜିତକୁ ଅଟକ ରଖି ସର୍ତ୍ତମୂଳକ ଭାବରେ ଛାଡ଼ି ଦେଇଥିଲାl ଏଥିରେ ସେ ପ୍ରତିଶୋଧ ପରାୟଣ ହୋଇ ପୀଡିତା ଓ ତାଙ୍କ ପୁରୁଷ ବନ୍ଧୁଙ୍କ କିଛି ଫୋଟ ଓ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରଲ କରିଥିଲା।ଫଟୋ ଓ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଲା ପରେ ପୀଡିତା ଲୋକାଲଜ୍ୟା ସହି ନପାରି ଜୁଲାଇ ୧୭ ତାରିଖରେ ଘାସମରା ଔଷଧ (ବିଷ) ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେl ଗୁରୁତର ଅବସ୍ଥାରେ ପ୍ରଥମେ ଉମରକୋଟ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର, ପରେ କୋଣ୍ଡାଗାଁ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ର ନିଆଗଲା । ଅବସ୍ଥା ଗୁରୁତର ହେବାରୁ ରାୟପୁର ସ୍ବାସ୍ଥ୍ୟକେନ୍ଦ୍ର ନେଲେ ।ପରବର୍ତ୍ତୀ ସମୟରେ ଜୁଲାଇ ୨୩ରେ ଭୁବନେଶ୍ବର ଏମ୍‌ସରେ ସ୍ଥାାନନ୍ତର କରାଗଲା । ଯେଉଁଠି ଦୀର୍ଘ ୨୩ ଦିନର ସଂଘର୍ଷ ପରେ ଶେଷରେ ଜୀବନ ଯୁଦ୍ଧରେ ହାରିଯାଇଥିଲେ ପୀଡ଼ିତା ।ମାମଲାକୁ ପୋଲିସ ଗୁରୁତର ସହ ନେଇ ଛାତ୍ରୀଙ୍କ ଫଟୋ ଭାଇରାଲ କରିଥିବା ଓ ଫଟୋ ଦେଇଥିବା ଉଭୟ ପୁରୁଷ ବନ୍ଧୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।