ସୁବର୍ଣ୍ଣପୁର:- ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା କଳାପଥର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଯାମପାଲି ଗ୍ରାମର କଂକ୍ରିଟ ରାସ୍ତାକୁ ଶାବଳରେ ତାଡି ଦେଲେ ଦୁର୍ବୃର୍ତ୍ତ। କଳାପଥର ଗ୍ରାମପଞ୍ଚାୟତ ସରପଞ୍ଚଙ୍କୁ ବଦନାମ କରିବାକୁ ଯାଇ କିଛି ଦୁର୍ବୃର୍ତ୍ତ କଂକ୍ରିଟ ରାସ୍ତାକୁ ତାଡି ଦେଇଛନ୍ତି। ଯାହାଫଳରେ ଗ୍ରାମବାସୀ ତଥା ଅଞ୍ଚଳବାସୀଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖିବାକୁ ମିଳିଛି। ନୂତନ ଭାବରେ ନିର୍ମାଣ କରାଯାଇଥିବା କଂକ୍ରିଟ ରାସ୍ତା ଦେଇ ପ୍ରତିଦିନ ହଜାର ହଜାର ଲୋକ ଯିବାଆସିବା କରିଥାନ୍ତି। ହେଲେ ବଡ଼ ଦୁଃଖର ବିଷୟ ଆଜି ସକାଳୁ ଦେଖିଲା ବେଳକୁ ଶାବଳରେ ତାଡି ଉପାଡି ଦିଆଯାଇଛି ନୂତନ ଭାବରେ ନିର୍ମାଣ ହୋଇଥିବା କଂକ୍ରିଟ ରାସ୍ତା। ତେବେ ଗ୍ରାମବାସୀ ଦୁର୍ବୃର୍ତ୍ତଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସାଧାରଣରେ ଦାବି ହୋଇଛି।