ବାର୍ଥ ଡେ ସେଲିବ୍ରେସନ ବେଳେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲା ଭୂତ

ପୁରୀ:- ବାର୍ଥ ଡେ ସେଲିବ୍ରେସନ ବେଳେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲା ଭୂତ । ଯାହାର ଭିଜୁଆଲ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭିଜୁଆଲରେ ଅନ୍ଧାର ରାତିରେ କାନ୍ଦ ବୋବାଳି ସାଙ୍ଗକୁ ପାଉଁଜର ଛମ୍ ଛମ୍ ଶବ୍ଦ ଆଉ ତା ପରେ ଚିତ୍କାର ସମସ୍ତଙ୍କୁ ଭୟଭୀତ କରୁଛି । ତେବେ ସେ କରୁଣ କାନ୍ଦ କାହାର ? କାହାର ସେ ପାଉଁଜର ଶବ୍ଦ ସବୁଠାରୁ ବଡ ପ୍ରଶ୍ନ ଉଠୁଛି ? ନାଁ କୌଣସି ଭୂତ ରହିଛି । ତେବେ ଏହି ଘଟଣାଟି ପୁରୀ ସମୁଦ୍ର କୂଳ ରାସ୍ତାର ବଳିଆପଣ୍ଡା ଅଞ୍ଚଳରେ ଘଟିଛି । ଆଉ ଏବେ ଭୂତ ଆତଙ୍କକୁ ନେଇ ଗୁଜବ ର  ଫଟୋ ଓ ଭିଡିଓ ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି । ତେବେ ଏହା କେତେ ସତ ଜଣାପଡ଼ିନି ।

ସୂଚନା ଅନୁଯାଇ, ପୁରୀ ସମୁଦ୍ର କୂଳ ରାସ୍ତାରେ କିଛି ଦିନ ତଳେ କିଛି ଯୁବକ ଜନ୍ମଦିନ ପାଳନ କରି କେକ୍ କାଟୁଥିଲେ । ଏହି ସମୟରେ ହଠାତ୍ ଝଡ଼ ଭଳି ପବନ ଆସିଥିଲା । ପରେ ଜଣେ  ଅଦୃଶ୍ୟ ମହିଳା ଗୋଡ଼ାଇ ଗୋଡ଼ାଇ ଯୁବକମାନଙ୍କୁ ଆକ୍ରମଣ  କରିଥିଲା । ଆକ୍ରମଣରେ ଜଣେ ଯୁବକଙ୍କ ପିଠି ଓ ଅନ୍ୟ ସ୍ଥାନରେ ଗୁରୁତର ଆଘାତ ଲାଗିଛି । ସେପଟେ ଜନ୍ମଦିନର ଭିଡିଓ କରୁଥିବା ଜଣେ ବ୍ୟକ୍ତି ତାଙ୍କ ମୋବାଇଲ୍‌ରେ ଭୂତର ଛବି ଓ ଅଦୃଶ୍ୟ ମହିଳାଙ୍କ କରୁଣ କ୍ରନ୍ଦନକୁ ସ୍ବର ଓ ପାଉଁଜ ଶବ୍ଦକୁ କଏଦ କରିଥିବା ଦାବି କରିଛନ୍ତି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।