ସାମ୍ବାଦିକ ସଂଘ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଢେଙ୍କାନାଳ:- ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଏନଏସି ସାରଙ୍ଗଧର ସ୍କୁଲର ହଷ୍ଟେଲ ପରିସରରେ ସାମ୍ବାଦିକ ସଂଘ ତରଫରୁ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗୋଟି ଗଛ ମାଆ ନାମିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନିୟ ବିଧାୟକ ଶତୃଘନ ଜେନା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅନୁଗୁଳୁ ଆରସିସିଏଫ ସଞ୍ଜୟ ସ୍ୱାଇଁ, ଜିଲ୍ଲା ବିଜେପି ସଭାପତି ରାସ ବିହାରି ବେହେରା ପ୍ରମୁଖ ଯୋଗ ଦେଇଥିଲେ । ପରିବେଶ ସନ୍ତୁଳନ ରକ୍ଷା କରିବାରେ ଗଛର ଅବଦାନ ବହୁତ ରହିଛି । ତେଣୁ ଏହାକୁ ଆଖି ଆଗରେ ସମସ୍ତେ ଗୋଟିଏ ଗୋଟିଏ ଗଛ ଲଗାଇବାକୁ ଆହ୍ୱାନ କରିଥିଲେ ବିଧାୟକ ଶତୃଘନ ଜେନା । କାର୍ଯ୍ୟକ୍ରମରେ ବନ ବିଭାଗର ସମସ୍ତ କର୍ମଚାରି ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।