ବିବାହ ପ୍ରତିଶ୍ରୁତି ଦେଇ ନାବାଳିକାଙ୍କ ସହ ସମ୍ପର୍କ ରଖୁଥିଲେ ବିଜେଡି କର୍ପୋରେଟର…

ପୁଣି ରାଜଧାନୀରେ ଭୁବନେଶ୍ୱରରେ ନାରୀ ନିର୍ଯ୍ୟାତନା ଘଟଣା । ଏଥର ଅଧ୍ୟାପକ ନୁହେଁ ବରଂ ଜଣେ ନେତାଙ୍କ ନାଁରେ ଆସିଛି ନିର୍ଯାତନାର ସଂଙ୍ଗୀନ ଅଭିଯୋଗ । ନାବାଳିକାଙ୍କ ସହ ଅନୈତିକ ସମ୍ପର୍କ ରଖିଥିଲେ ଭୁବନେଶ୍ୱର ବିଜେଡି କର୍ପୋରେଟର ଅମରେଶ ଜେନା । ଏକଥା ଆମେ ନହେଁ ଖୋଦ ପୀଡିତା ଜଣକ କ୍ୟାମେରା ସାମ୍ନାକୁ ଆସି କହିଛନ୍ତି । ଭୁବନେଶ୍ୱର ଲକ୍ଷ୍ମୀ ସାଗର ଅଞ୍ଚଳର ପୀଡିତା ମହିଳା ଆଜି ଥାନାରେ ଏନେଇ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ବିବହାର ପ୍ରତିଶ୍ରୁତି ଦେଇ କୁଆଡେ ୨୦୨୩ରୁ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ କର୍ପୋରେଟର ଅମରେଶ ଜେନା । ସେତେବେଳେ ସେ ନାବାଳିକା ଥିଲେ । ଏନେଇ ଳକ୍ଷ୍ମୀ ସାଗର ଥାନାରେ ଅଭିଯୋଗ କରିଛନ୍ତି ପୀଡିତା । ତେଣୁ ସରକାରଙ୍କୁ ଏପରିକି କାର୍ଯ୍ୟାନୁଷ୍ଠାନ ନହେଲେ ସେ ବାଲେଶ୍ୱର ପୀଡିତା ସୈାମ୍ୟାଶ୍ରୀଙ୍କ ଭଳି ଆତ୍ମହୁତି ଦେବେ ବୋଲି ଧମକ ଦେଇଛନ୍ତି । ସେପଟେ ପୀଡିତାଙ୍କ ବୟାନ ରେକର୍ଡ କରି ମାମଲା ରୁଜ୍ଜୁ କରିଛି ପୋଲିସ । ଏହାସହ ଡାକ୍ତରୀ ମାଇନା ପାଇଁ ପୀଡ଼ିତାଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲ୍‌କୁ ପଠାଇଥିଲା ।