ବିଜେପି ରାଜ୍ୟ ସଭାପତି ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର-: ବିଜେପି ରାଜ୍ୟ ସଭାପତି ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି। ଆସନ୍ତାକାଲି ନାମାଙ୍କନ,ଦରକାର ପଡ଼ିଲେ ୮ରେ ନିର୍ବାଚନ ହୋଇପାରେ। କାଲିର ନାମାଙ୍କନ ପରେ ନିର୍ବାଚନ ନା ସହମତିରେ ସଭାପତି ସ୍ପଷ୍ଟ ହେବ ବୋଲି ଜଣାପଡିବ। ବିଜେପି ରାଜ୍ୟ ସଭାପତି ନିର୍ବାଚନ ପାଇଁ ପୁନଃ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜି ମତଦାତା ସୂଚୀ ପ୍ରକାଶ ପାଇବ। ଜୁଲାଇ ୮ ତାରିଖରେ ସକାଳ ୯ରୁ ୧୧ଟା ଯାଏଁ ଭୋଟ ହେବ। ଏହାପରେ ଫଳାଫଳ ଘୋଷଣା ହେବ। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ ପ୍ରତାପ ଷଡ଼ଙ୍ଗୀ ।