ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫ ମୃତ

ତେଲେଙ୍ଗାନା: ବଢୁଛି ରାସାୟନିକ ଫ୍ୟାକ୍ଟ୍ରି ବିସ୍ଫୋରଣରେ ମୃତକଙ୍କ ସଂଖ୍ୟା । ଏଯାବତ୍ ୩୫ ଜଣଙ୍କର ମୃତ୍ୟୁ ହେଲାଣି । ଗତକାଲି ସଙ୍ଗରେଡି ଜିଲ୍ଲା ପଶାମିଲାରାମ ସିଗାଚି କେମିକାଲ୍ ଫ୍ୟାକ୍ଟ୍ରିରେ ହୋଇଥିଲା ଭୟଙ୍କର ବିସ୍ଫାରଣ । ବିସ୍ଫୋରଣରେ ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ହସ୍ପିଟାଲରେ ଆଉ ୫ ଜଣଙ୍କର ମୃତ୍ୟୁ ହୋଇଥିଲା। ଗତକାଲି ଏହି ଘଟଣାରେ ମୋଟ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେ ସୁଦ୍ଧା ଏହି ସଂଖ୍ୟା ୩୫ରେ ପହଞ୍ଚିଲାଣି ।

ସୂଚନାଯୋଗ୍ୟ, ଗତକାଲି ତେଲେଙ୍ଗାନାର ଏକ ରାସାୟନିକ କାରଖାନାରେ ଏହି ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଆଖପାଖରେ ଥିବା ଲୋକମାନେ ଭୟଭୀତ ହୋଇଯାଇଥିଲେ। ସମଗ୍ର ଅଞ୍ଚଳରେ ଧୂଆଁ ଦେଖାଯାଇଥିଲା। ନିଆଁର ଜ୍ୱାଳା କାରଖାନାକୁ ସମ୍ପୂର୍ଣ୍ଣ ଭାବରେ ଗ୍ରାସ କରିଥିଲା । ଫ୍ୟାକ୍ଟିରେ ଶ୍ରମିକମାନେ କାମ କରୁଥିଲେ ଜୋରରେ ବିସ୍ଫୋରଣ ଶୁଣି କିଛି କର୍ମଚାରୀ ଭୟରେ ବାହାରକୁ ଦୌଡ଼ି ପଳାଇ ଆସିଥିବା ବେଳେ ଅନେକ ଶ୍ରମିକ ଭିତରେ ଫସି ଯାଇଥିଲେ। ଖବର ପାଇ ତେଲେଙ୍ଗାନା ଅଗ୍ନିଶମ ଅଧିକାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ସାଙ୍ଗାରେଡିର ମେଡକରେ ଥିବା ପାସମାଇଲାରାମ ଫେଜ୍ 1 ସିଗାଚି ଫାର୍ମା କମ୍ପାନୀର ଏକ ରିଆକ୍ଟର ବିସ୍ଫୋରଣ ହୋଇଥିଲା । ପ୍ରାୟ ୫୦ରୁ ଅଧିକ ଜଣ ଆହତ ହୋଇଥିଲେ।