ଭୁବନେଶ୍ୱର-: ଦିନରେ ଗୁଳୁଗୁଳି ଅପରାହ୍ନରେ କାଳବୈଶାଖୀ । ଦିନରେ ଉଚ୍ଚ ତାପମାତ୍ରା ସାଙ୍ଗକୁ ଗୁଳୁଗୁଳି ଅସ୍ତବ୍ୟସ୍ତ କରୁଚି । ଏଭଳି କି ରାତିରେ ବି ନିସ୍ତାର ନାହିଁ ଗୁଳୁଗୁଳିରୁ । ଆସନ୍ତା ୨୪ ଘଣ୍ଟା ରହିବ କାଳବୈଶାଖୀର ପ୍ରଭାବ। ସାରା ରାଜ୍ୟରେ କାଳବୈଶାଖୀ ବର୍ଷା ନେଇ ସତର୍କତା ଜାରିକରିଛି ପାଣିପାଗ ବିଭାଗ । ସବୁଠି ୩୦ ରୁ ୪୦ କିମି ପବନ ସହ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି । ଆସନ୍ତାକାଲି ଉତ୍ତର ଓ ଦକ୍ଷିଣ ଓଡ଼ିଶା ଅଞ୍ଚଳରେ ରହିବ ପ୍ରଭାବ ।
ତେବେ ଆସନ୍ତା ୨୪ ଘଣ୍ଟା ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ । ୨୪ ଘଣ୍ଟା ପରେ ଦିନର ତାପମାତ୍ରା ୩ ଡିଗ୍ରୀ ବୃଦ୍ଧି ପାଇବ । ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, ଖୋର୍ଦ୍ଧା, କଟକ, ପୁରୀ, ନୟାଗଡ଼, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ପ୍ରବଳ ଗୁଳୁଗୁଳି ରହିବ ।