ରାଜ୍ୟରେ ଯଦି କରୋନା ମାମଲା ଲଗାତାର ବୃଦ୍ଧି ପାଏ ତେବେ ଖୁବଶୀଘ୍ର କରୋନା ମାର୍ଗଦର୍ଶିକା ଆଣିପାରନ୍ତି ରାଜ୍ୟ ସରକାର

ଭୁବନେଶ୍ୱର-: ରାଜ୍ୟରେ ପ୍ରତିଦିନ କିଛି କିଛି କରୋନା ରୋଗୀ ଚିହ୍ନଟ ହେଉଥିବା ବେଳେ ଏହା ଚିନ୍ତାର କାରଣ ସାଜିଛି । ରାଜ୍ୟରେ ପୁଣି ୭ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୬ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି କଟକରୁ ୯ ଏବଂ ପୁରୀ, ଜଗତସିଂହପୁର, କେନ୍ଦୁଝର, ସୁନ୍ଦରଗଡ଼ ଓ ବାଲେଶ୍ୱରରୁ ଜଣେ ଲେଖାଏ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ବର୍ତ୍ତମାନ ସୁଦ୍ଧା ୭ ଆକ୍ରାନ୍ତ ସୁସ୍ଥ ହେଲେଣି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୩୦କୁ ବୃଦ୍ଧି ପାଇଛି ।

ତେବେ ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣାଧୀନ ରହିଛି । ରାଜ୍ୟ ସରକାର କରୋନା ମୁକାବିଲା ନେଇ ପ୍ରସ୍ତୁତ ରହିଛନ୍ତି କରୋନାକୁ ନେଇ କୌଣସି ଭୟଭିତ ହେବାର ନାହିଁ । ରାଜ୍ୟରେ ପ୍ରତିଦିନ କୋଭିଡ ମାମଲା ବୃଦ୍ଧି ପାଉଛି। ଯଦି ଏପରି ମାମଲା ଲଗାତାର ବୃଦ୍ଧି ପାଏ ତେବେ ଖୁବଶୀଘ୍ର କରୋନା ମାର୍ଗଦର୍ଶିକା ଆଣିପାରନ୍ତି ରାଜ୍ୟ ସରକାର ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର କହିଛନ୍ତି ।