ପ୍ରକାଶ ପାଇଲା JEE ଆଡଭାନ୍ସ ରେଜଲ୍ଟ

ନୂଆଦିଲ୍ଲୀ;- ପ୍ରକାଶ ପାଇଲା JEE ଆଡଭାନ୍ସ ରେଜଲ୍ଟ । ଆଇଆଇଟି କାନପୁର ଏହି ପରୀକ୍ଷା ଫଳ ପ୍ରକାଶ ପାଇଛି । ରଜିତ ଗୁପ୍ତା ସାରା ଦେଶରେ ପ୍ରଥମ ସ୍ଥାନ ଗ୍ରହଣ କରିଛନ୍ତି । ସେ ମେନ୍ସ ୨୦୨୫ ପରୀକ୍ଷାରେ ଶହେ ପ୍ରତିଶତ ନମ୍ବର ରଖିଥିଲେ । ତାଙ୍କର ସର୍ବଭାରତୀୟ ସ୍ତରରେ ରାଙ୍କ ଥିଲା ୧୬ । ଏବେ ଜେଇଇ ଆଡଭାନ୍ସରେ ସେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ରଜତ ଗୁପ୍ତା ହେଉଛନ୍ତି କୋଟା ମହାବୀର ନଗରର ବାସିନ୍ଦା । ତାଙ୍କ ବାପା ଦୀପକ ଗୁପ୍ତା  ଜଣେ BSNLର ଇଞ୍ଜିନିୟର ଏବଂ ତାଙ୍କ ମାଆ ଜଣେ ପ୍ରଫେସର ।ସେ ଦଶମ ପରୀକ୍ଷାରେ ୯୬.୮ ପ୍ରତିଶତ ମାର୍କ ରଖିଥିଲେ । ଏହା ସହ ପରୀକ୍ଷାରେ ଦ୍ବିତୀୟ ସ୍ଥାନ ଅଧିକାର କରିଛନ୍ତି ଶଶାମ ଜିନ୍ଦଲ ଏବଂ ତୃତୀୟରେ ଅଛନ୍ତି ମାଜିଦ ମୁଜାହିଦ ହୁସେନ ।