ନୂଆଦିଲ୍ଲୀ-: ଏଣିକି ଗୋଟିଏ ସିଟିଂରେ ହେବ ନିଟ୍-ପିଜି ପରୀକ୍ଷା । ନିଟ୍-ପିଜି ପରୀକ୍ଷାକୁ ନେଇ ଶୁକ୍ରବାର ସର୍ବୋଚ୍ଚନ୍ୟାୟାଳୟ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ମାମଲାର ଶୁଣାଣି କରି ଏନବିଟିକୁ ସୁପ୍ରିମକୋର୍ଟ ୨ଟି ସିଟିଂରେ ପରୀକ୍ଷା କରିବାକୁ ଏନବିଟିର ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ୨ଟି ସିଟିଂରେ ପରୀକ୍ଷାକୁ ଭୁଲ୍ ଦର୍ଶାଇ ସୁପ୍ରିମକୋର୍ଟ କହିଛନ୍ତି ଛାତ୍ରଛାତ୍ରୀଙ୍କୁ ସମାନ ପରିବେଶର ସୁଯୋଗ ମିଳିବା ଉଚିତ । ତେଣୁ ପୂର୍ବ ନିର୍ଦ୍ଧାରିତ ଜୁନ୍ ୧୫ ତାରିଖରେ ହିଁ ହେବ ନିଟ୍-ପିଜି ପରୀକ୍ଷା ।