ସଂସଦୀୟ କମିଟିର ଅଧ୍ୟକ୍ଷ ଭାବରେ ନିଯୁକ୍ତି ପାଇଲେ ସାଂସଦ ବୈଜୟନ୍ତ ପଣ୍ଡା

ବ୍ୟୁରୋ-: ଲୋକସଭା ବାଚସ୍ପତି ଓମ୍ ବିର୍ଲା ବିଜେପି ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ସାର୍ବଜନୀନ ଉଦ୍ୟମ ସଂସଦୀୟ କମିଟିର ଅଧ୍ୟକ୍ଷ ଭାବରେ ନିଯୁକ୍ତି କରିଛନ୍ତି । ଆଜି ପ୍ରକାଶିତ ଏକ କମିଟିରେ ମୋଟ ଲୋକସଭା ସାଂସଦ ୧୫ ଜଣ ରହିଥିବା ବେଳେ ରାଜ୍ୟସଭାର ୭ ସାଂସଦଙ୍କୁ କମିଟିରେ ଜାଗା ମିଳିଛି । ତେବେ ରାଜ୍ୟସଭା ଓ ଲୋକସଭାକୁ ମିଶାଇ ମୋଟ ୨୨ ଜଣ ସାଂସଦଙ୍କୁ ଏହି କମିଟରେ ରଖାଯାଇଛି । ଏଥିସହ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଏହି କମିଟିର ଅଧ୍ୟକ୍ଷ ଭାବେ ଲୋକସଭାର ବାଚସ୍ପତି ମନୋନୀତ କରିଛନ୍ତି । ସାଂସଦ ଶ୍ରୀ ବୈଜୟନ୍ତ ପଣ୍ଡା ଏହି ଦାୟିତ୍ୱକୁ ଅତି ନିଷ୍ଠାର ସହିତ ନିର୍ବାହନ କରିବେ ବୋଲି ସୂଚନା ମିଳିଛି ।