କଟକ: କଟକ ଏସସିବିରେ ଚାକିରି ବିକ୍ରି ମାମଲା । ଏହି ଘଟଣାରେ ଆଉ ଦୁଇ ଅଭିଯୁକ୍ତକୁ ମଙ୍ଗଳାବାଗ ପୁଲିସ ଗିରଫ କରିଛି । ତେବେ ଗିରଫଦାରୀଙ୍କ ସଂଖ୍ୟା ଏବେ ୪ରେ ପହଞ୍ଚିଛି । ଦୁଇ ଅଭିଯୁକ୍ତ ଏସସିବିରେ ନିୟୋଜିତ ଘରୋଇ ଠିକା ସଂସ୍ଥାର ଦୁଇ ଜଣ କର୍ମଚାରୀ। ତେବେ ସୂଚନା ଅନୁଯାଇ , ପୂର୍ବରୁ ଆଉ ୨ କର୍ମଚାରୀଙ୍କୁ ଗିରଫ କରିଥିଲା ମଙ୍ଗଳାବାଗ ପୋଲିସ । ୧୦ ଲକ୍ଷରୁ ଅଧିକ ଟଙ୍କା ଠକେଇ କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି । ଦିନକୁ ଦିନକୁ ଏଭଳି ଠକେଇ ମାମଲା ବଢିବାକୁ ଲାଗିଥିବା ବେଳେ, ଆଇନ କାନୁନ ସତ୍ୱେ ମଧ୍ୟ ଡର ଭୟ ରଖୁନାହାନ୍ତି । ପୁଣି ଏଭଳି ଠକେଇ ମାମଲା କଟକ ଏସସିବି ମେଡିକାଲ ରୁ ଦେଖିବାକୁ ମିଳିଥିଲା । ତେବେ ୨ ଜଣ କର୍ମଚାରୀ ଗିରଫ ହୋଇଥିବା ବେଳେ , ଆଜି ପୁଣି ଆଉ ୨ ଜଣ କର୍ମଚାରୀ ଗିରଫ ହୋଇଥିବା ନେଇ ଖବର ରହିଛି ।