୯ଟି ମାଛର ଦାମ ୧୫ ଲକ୍ଷ;ମାଛକୁ ଦେଖିବା ପାଇଁ ଲୋକଙ୍କ ଭିଡ଼

ଦୀଘା; ମାଛର ଦାମ ୨୫ ହଜାର  ।  ଏକଥା ଆଜ୍ଞା ଆପଣମାନଙ୍କୁ ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ । କିନ୍ତୁ ଦର୍ଶକବନ୍ଧୁ ଏହା ନିରାଟ ସତ୍ୟ । ମାଛ କିଲୋ ପ୍ରତି ୨୫ ହଜାର ୫୦୦ ରହିଛି । ଯାହା ଜଣେ ମାଛ ବ୍ୟବସାୟୀଙ୍କୁ ଲକ୍ଷପତି କରାଇଛି । ୯ଟି ମାଛର ଦାମ ୧୫ ଲକ୍ଷ ହୋଇଛି । ଏହି ମାଛର ନାମ ହେଉଛି ତେଲିଆ ମାଛ । ଯେଉଁ ମାଛକୁ ନିଲାମ ଡକା ଯାଇଥିଲା । ସୂଚନା ମୁତାବକ. ନନ୍ଦିଗ୍ରାମ ଅଞ୍ଚଳର ଶେଖ ରୋହିମୁଲଙ୍କ ଟ୍ରଲର ଜାଲରେ ଧରା ପଡ଼ିଥିଲା ଏହି ତେଲିଆ ଶିଳା ମାଛ । ମାଛକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଥିଲା । ପ୍ରଥମ ୨ଟି ମାଛ ୪୮କେଜି ହୋଇଥିଲା ବେଳେ ଏହା କିଲୋ ପ୍ରତି ୧୩ ହଜାର ୫ଶହ ଟଙ୍କା ଦରରେ ବିକ୍ରି ହୋଇ ଥିଲା । ମାଛ ବିକ୍ରିରୁ ମୋଟ ୬ଲକ୍ଷ ୪୮ହଜାର ଟଙ୍କା ଆଦାୟ ହୋଇଥିଲା । ଅନ୍ୟ ୩ ଟିର ଓଜନ ୫୮ କେଜି ରହିଥିବା ବେଳେ ମୋଟ ୫ ଲକ୍ଷ ୫୧ ହଜାର ଟଙ୍କା ବିକ୍ରି ହୋଇଥିଲା । ସେହିପରି ବାକି ୪ଟି ମାଛର ଓଜନ ୯୩ କିଲୋ ହୋଇଥିବା ବେଳେ ୩ଲକ୍ଷ ୧୬ହଜାର ୨ଶହ ଟଙ୍କାରେ ବିକ୍ରି ହୋଇଥିଲା । ସର୍ବମୋଟ ୧ କୁଇଣ୍ଟାଲ ୯୯ କିଲୋ ମାଛ ୧୫ ଲକ୍ଷ ୧୫ ହଜାର ୨ଶହ ଟଙ୍କା ମୂଲ୍ୟରେ କଲିକତାର ଏକ କମ୍ପାନୀ କିଣିଥିବା ସୂଚନା ମିଳିଛି। ଏହି ମାଛ ଔଷଧ ପ୍ରସ୍ତୁତରେ ବ୍ୟବହୃତ ହେଉଥିବା ଦୃଷ୍ଟିରୁ ଏହାର ଯଥେଷ୍ଟ ଚାହିଦା ରହିଛି ।