ବିଧାୟକ ପ୍ରଶିକ୍ଷଣ ଶିବିରକୁ ଯିବ ନାହିଁ ବିଜେଡି; ବିରୋଧୀ ଦଳ ସଚେତକ ପ୍ରମିଳା ମଲ୍ଲିକ

ଭୁବନେଶ୍ୱର (ରିପୋଟର୍ସ ଟୁଡେ);- ବିଧାୟକ ପ୍ରଶିକ୍ଷଣ ଶିବିରରେ ଉପସ୍ଥିତ ରହିବନି ବିଜେଡି । ଏନେଇ ସୂଚନା ଦେଇଛନ୍ତି ବିରୋଧୀ ଦଳ ସଚେତକ ପ୍ରମିଳା ମଲ୍ଲିକ । ତେବେ ୧୭ ଓ ୧୮ ତାରିଖରେ ହେବାକୁ ଥିବା ବିଧାନସଭା ପ୍ରଶିକ୍ଷଣ ଶିବିରକୁ ବୟକଟ୍ କରିଛି ବିଜେଡି । ବିଜେପି ଦଳୀୟ ଭିତ୍ତିରେ ପ୍ରଶିକ୍ଷଣ ଶିବିର ଆୟେ୍ାଜନ କରୁଛି , ଏବଂ କେନ୍ଦ୍ରମନ୍ତ୍ରୀଙ୍କୁ ଡାକୁଛି, ଏନେଇ ବିଜେଡି ଏହି ପ୍ରଶିକ୍ଷଣ ଶିବିରକୁ ଯିବ ନାହିଁ ବୋଲି କହିଛନ୍ତି ବିରୋଧୀ ଦଳ ସଚେତକ ପ୍ରମିଳା ମଲ୍ଲିକ । ଏହି ସବୁ ଆୟୋଜନ କରିବାର ମୁଖ୍ୟ କାରଣ ହେଉଛି ନବାଗତ ବିଧାୟକ ମାନଙ୍କୁ ଅଭିଜ୍ଞତା ବଣ୍ଟନ କରିବା ।ସପ୍ତଦଶ ବିଧାନସଭାକୁ ନିର୍ବାଚିତ ହୋଇଥିବା ୮୪ ଜଣ ନବ ନିର୍ବାଚିତ ବିଧାୟକଙ୍କୁ ଦିଆଯିବ ପ୍ରଶିକ୍ଷଣ।  ଆସନ୍ତା ୧୭ ଓ ୧୮ ତାରିଖରେ ଏହି ପ୍ରଶିକ୍ଷଣ ଶିବିର ଆୟୋଜିତ ହେବ। ନବନିର୍ବାଚିତ ବିଧାୟକଙ୍କୁ କେଉଁମାନେ ପ୍ରଶିକ୍ଷଣ ଦେବେ ସେନେଇ ସଂଶୋଧିତ ତାଲିକା ଆସିଛି। ଏହି ପ୍ରଶିକ୍ଷଣ ଶିବିରକୁ ଉଦଘାଟନ କରିବେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ।

ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜେ.ପି ନଡ୍ଡା ପ୍ରଶିକ୍ଷଣ ଦେବାର କାର୍ୟ୍ୟକ୍ରମ ରହିଥିଲା। ଯେଉଁ ତାଲିକାକୁ ଏବେ  ପରିବର୍ତ୍ତନ କରାଯାଇଛି। ପୂର୍ବରୁ ବିଜେପି ନେତା ଏହି କାର୍ୟ୍ୟକ୍ରମର ଉଦଘାଟନ କରିବାକୁ ସ୍ଥିର ହୋଇଥିବାରୁ ଗୃହର ଗାରିମା କ୍ଷୁର୍ଣ୍ଣ ହେବ ବୋଲି ଦର୍ଶାଇ ଦଳୀୟ ବିଧାୟକ ଏହି ପ୍ରଶିକ୍ଷଣ ଶିବିରରେ ଯୋଗ ଦେବେନି ବୋଲି ସ୍ପଷ୍ଟ କରିଥିଲା ବିଜେଡି। ଏବେ ପ୍ରଶିକ୍ଷଣ ଶିବିରକୁ ମାତ୍ର ଗୋଟିଏ ଦିନ ବାକି ଥିବା ବେଳେ ସଂଶୋଧିତ ତାଲିକା ଆସିଛି। ମୁଖ୍ୟମନ୍ତ୍ରୀମୋହନ ମାଝୀ, ବାଚସ୍ପତି ସୁରମା ପାଢୀ, ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏହି ପ୍ରଶିକ୍ଷଣ ଶିବିରକୁ ସମ୍ବୋଧିତ କରିବେ। ସେହିଭଳି କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ ମଧ୍ୟ ନବନିର୍ବାଚିତ ବିଧାୟକଙ୍କୁ ସମ୍ବୋଧନ କରିବେ। ଦୁଇ ଦିନ ଧରି ହେବାକୁ ଥିବା ଏହି କାର୍ୟ୍ୟକ୍ରମରେ ଉଭୟ ଶାସକ ଓ ବିରୋଧୀ ଦଳର ଅଭିଜ୍ଞ ନେତା ନବନିର୍ବାଚିତ ବିଧାୟକଙ୍କୁ ଟ୍ରେନିଂ ଦେବେ।