ଧୋନୀଙ୍କ ଜନ୍ମ ଦିନରେ ପତ୍ନୀ ସାକ୍ଷୀ ଧୋନୀଙ୍କ ପାଦ ଛୁଇଁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି; ଭିଡିଓ ହେଉଛି ଭାଇରାଲ
ଭୁବନେଶ୍ୱର ;୪୪ ବୟସରେ ପାଦ ଥାପିଲେ ମହେନ୍ଦ୍ର ସିଂ ଧୋନି । କ୍ରିକେଟ ପ୍ରେମୀ ମାନଙ୍କର ସୁଟୁଛି ଶୁଭେଚ୍ଛାର ସୁଅ । ତାଙ୍କର ୪୩ ତମ ଜନ୍ମ ଦିନରେ ତାଙ୍କ ଘରେ ଖୁବ୍ କମ୍ ଅତିଥିଙ୍କ ସହ ଜନ୍ମିଦନ ପାଳନ କରିଛନ୍ତି ଧୋନୀ । ତାଙ୍କ ଜନ୍ମଦିନରେ ସେଠାରେ ବଲିଉଡ୍ ସୁପରଷ୍ଟାର ସଲମାନ୍ ଖାନ ଉପସ୍ଥିତ ଥିବା ଦେଖିବାକୁ ମିଳିଛିଔ।ତେବେ ଧୋନୀଙ୍କ ଜନ୍ମ ଦିନରେ ତାଙ୍କ ସ୍ତ୍ରୀ ସାକ୍ଷୀଙ୍କ ବ୍ୟବହାର ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଛିି । ଧୋନୀ କେକ୍ କାଟିବା ପରେ ସାକ୍ଷୀଙ୍କୁ କେକ୍ ଖୁଆଇଥିଲେ । ପରେ ସାକ୍ଷୀ ତାଙ୍କୁ କେକ୍ ଖୁଆଇ ପାଦ ଛୁଇଁ ପ୍ରଣାମ କରିବା ପରେ ତାଙ୍କ ଦୀର୍ଘ ଆୟୁଷ କାମନା କରିଥିଲେ । ଏହାପରେ ଧୋନୀ ସଲମାନଙ୍କୁ କେକ୍ ଖୁଆଇଥିଲେ ।

ଧୋନିଙ୍କ ପାଦ ଛୁଇଁ ସାକ୍ଷୀ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ତା’ପରେ ଧୋନି ବଲିଉଡର ସୁପରଷ୍ଟାର ସଲମାନ ଖାନଙ୍କୁ କେକ୍ ଖାଇବାକୁ ଦେଉଛନ୍ତି । ଧୋନିଙ୍କ ଜନ୍ମଦିନର ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ପ୍ରଶଂସକମାନେ ମଧ୍ୟ ଏହି ଭିଡିଓକୁ ନେଇ ସକାରାତ୍ମକ ମନ୍ତବ୍ୟ ଦେବା ଜାରି ରଖିଛନ୍ତି।ପୂର୍ବତନ ଟିମ୍ ଇଣ୍ଡିଆ କ୍ରିକେଟର ତଥା ଧୋନିଙ୍କ ସ୍ୱତନ୍ତ୍ର ବନ୍ଧୁ ସୁରେଶ ରୈନା ଏକ ପୋଷ୍ଟ ସେୟାର କରିଛନ୍ତି ଏବଂ ଏମଏସ ଧୋନିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।

ଧୋନିଙ୍କ ପାଇଁ ଷ୍ଟାର ସ୍ପୋର୍ଟସ ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର, ବ୍ରାଭୋ, ଇରଫାନ ପଠାନ ଏବଂ ବ୍ରେଟ ଲିଙ୍କ ଏକ ବିଶେଷ ଭିଡିଓ ସେୟାର କରିଛନ୍ତି।ସୂଚନାଯୋଗ୍ୟ, ଧୋନି ୧୯୮୧ ମସିହା ଜୁଲାଇ ୭ରେ ରାଞ୍ଚିଠାରେ ଜନ୍ମ ଗ୍ରହଣ କରିଥିଲେ। ୨୦୧୦ରେ ସାକ୍ଷୀଙ୍କୁ ବିବାହ କରିଥିଲେ।