ଅହମ୍ମଦାବାଦ: ରାଜକୋଟ ଟିଆରପି ଗେମିଂ ଜୋନ ଦୁର୍ଘଟଣାରେ ଆକ୍ସନ ମୋଡରେ ଗୁଜରାଟ ସରକାର । ଜିଲ୍ଲା ପ୍ରଶାସନ ପକ୍ଷରୁ ବଡ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଅଗ୍ନିକାଣ୍ଡ ଘଟଣାରେ ୬ଜଣ ବରିଷ୍ଠ ଅଧିକାରୀ ସସପେଣ୍ଡ ହୋଇଛନ୍ତି । ଏହି ଦୁର୍ଘଟଣାରେ ୧୮ଜଣ ପ୍ରାଣ ହରାଇଥିବା କୁହାଯାଉଛି ।
ସୂଚନା ଅନୁଯାୟୀ, ଗେମିଂ ଜୋନ ଅଗ୍ନିକାଣ୍ଡ ଘଟଣାରେ ରାଜକୋଟ ନଗର ନିଗମର ଦୁଇ ଅଧିକାରୀ ସହକାରୀ ଇଞ୍ଜିନିୟର ଜୟଦୀପ ଚୌଧୁରୀ ଏବଂ ଟାଉନ ପ୍ଲାନର ଗୌତମ ଯୋଶୀଙ୍କୁ ନିଲମ୍ବିତ କରାଯାଇଛି । ଏହାଛଡା ଦୁଇ ଜଣ ପୋଲିସ ଇନସ୍ପେକ୍ଟର ଏନ .ଆର ରାଠୋର ଏବଂ ବି.ଆର ପଟେଲ ମଧ୍ୟ ସସପେଣ୍ଡ ହୋଇଛନ୍ତି । ସେହିପରି ସଡକ ଏବଂ ନିର୍ମାଣ ବିଭାଗର ଦୁଇ ଅଧିକାରୀ ତଥା ଅତିରିକ୍ତ ଇଞ୍ଜିନିୟର ପାରସ କୋଠିଆ ଏବଂ ଡେପୁଟି ଇଞ୍ଜିନିୟର ଏମ ଆର ସୁମାଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।
ଏହି ଘଟରା ପରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଘଟଣାସ୍ଥଳରେ ପହଞ୍ଚି ନୀରିକ୍ଷଣ କରିଛନ୍ତି । ଅଗ୍ନିକାଣ୍ଡ ପାଇଁ ଦୋଷୀ ଲୋକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରଶାସନକୁ ନିଦ୍ଦେର୍ଶ ଦେଇଥିଲେ । ଏହା ପରେ ଜିଲ୍ଲା ପ୍ରଶାସନ ୬ଜଣଙ୍କୁ ସସପେଣ୍ଡ କରିଛି ।